www.samajalive.in
Wednesday, December 10, 2025
26.1 C
Bhubaneswar

ଦୀର୍ଘ ଦିନ ପରେ ନନ୍ଦିନୀ ରୂପରେ ଫେରୁଛନ୍ତି ଐଶ୍ବର୍ଯ୍ୟା

ମୁମ୍ବାଇ: ନିର୍ଦେଶକ ମଣିରତ୍ନମଙ୍କ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ’ର ପୋଷ୍ଟର ଗୁୁରୁବାର ରିଲିଜ୍‌ ହୋଇଛି। ଏହି ଫିଲ୍ମ ଦୁଇ ଭାଗରେ ରିଲିଜ୍‌ ହେବ। ପ୍ରଥମ ପାର୍ଟ ସେପ୍ଟେମ୍ବର ୩୦ ତାରିଖରେ ପ୍ରେକ୍ଷାଳୟକୁ ଆସିବ। ‘ପୋନ୍ନିୟିନ୍‌ ସେଲଭନ’ ୧୦ମ ଶତାବ୍ଦୀର ଏକ କାହାଣୀ ଉପରେ ଆଧାରିତ।

- Advertisement -

ଏଥିରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ, ବିକ୍ରମ, ଜୟମ ରବି, କାର୍ଥୀ, ତ୍ରିଶା, ସରଥକୁମାର, ରହମାନ ଓ ଐଶ୍ବର୍ଯ୍ୟା ଲକ୍ଷ୍ମୀ ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଚଳଚ୍ଚିତ୍ରରୁ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓରଫ୍‌ ନନ୍ଦିନୀ, ବିକ୍ରମ ଓରଫ୍‌ ଆଦିତ୍ୟ କରିକଲମ, ଜୟମ ରବି ଓରଫ୍‌ ଅରୁଲମୋଜୀ ବରମନ, କାର୍ଥୀ ଓରଫ୍‌ ବନ୍ଧୀୟାଥେବନ ଓ ତ୍ରିଶା ଓରଫ୍‌ କୁଣ୍ଡାବଈଙ୍କ ଲୁକ୍‌ ସାମ୍ନାକୁ ଆସିଛି। ସମସ୍ତଙ୍କ ରୂପ ଖୁବ୍‌ ଆକର୍ଷଣୀୟ ଦେଖାଯାଉଛି।

‘ପୋନ୍ନିୟିନ୍‌ ସେଲଭନ’ କାଳ୍କୀ କୃଷ୍ଣାମୂର୍ତ୍ତିଙ୍କ ଦ୍ବାରା ଲିଖିତ ପୁସ୍ତକ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତକାର ଏ.ଆର. ରହମାନ। ଲାଇକା ପ୍ରଡକ୍ସନ ଓ ମଦ୍ରାସ ଟକିଜ୍‌ ଦ୍ବାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ଐଶ୍ବର୍ଯ୍ୟା ରାୟ ଏକ ଦମ୍‌ଦାର୍‌ ଭୂମିକାରେ ନଜର ଆସିବେ। ଫିଲ୍ମର ଶୁଟିଂ ବଡ଼ ବଡ଼ ମହଲ ଓ ମନ୍ଦିରରେ ହୋଇଛି। ଚଳଚ୍ଚିତ୍ରର ମୁକ୍ତିଲାଭକୁ ନେଇ ପ୍ରଶଂସକ ଖୁବ୍‌ ଉତ୍ସାହିତ ଥିବା ଜଣାପଡ଼ିଛି।

 

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories