www.samajalive.in
Sunday, December 7, 2025
15.1 C
Bhubaneswar

ତ୍ରିରଙ୍ଗାର ଶକ୍ତି ; ସମ୍ମାନ ଦେବା ସହ ରୁଷ-ୟୁକ୍ରେନ ସେନା ରୋକି ଦେଲେ ଗୁଳିଚାଳନା

ନୂଆଦିଲ୍ଲୀ : ୟୁକ୍ରେନ ବର୍ତ୍ତମାନ ମଧ୍ୟ ବିପଦ ମଧ୍ୟରେ ଗତି କରୁଛି। ରୁଷ ଆକ୍ରମଣରେ ୟୁକ୍ରେନରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଜୀବନ ବଞ୍ଚାଇବାକୁ ବିଭିନ୍ନ ମାର୍ଗ ଜାରି ରଖିଛନ୍ତି। ସେଠାରେ ଥିବା ଭାରତୀୟ ମଧ୍ୟ ବିିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ସେଠାରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ମାତ୍ର ବିମାନ ସେବା ବନ୍ଦ ଥିବାରୁ ପରିସ୍ଥିତି ଜଟିଳ ହୋଇଛି।
ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ଅପରେସନ ‘ଗଙ୍ଗା’ ଆରମ୍ଭ ହୋଇଛି। ଏହାସହ ୟୁକ୍ରେନର ପଡୋଶୀ ଦେଶର ସହାୟତାରେ ଭାରତୀୟ ଛାତ୍ରଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ପ୍ରୟାସ କରାଯାଉଛି। ଭାରତୀୟ ଦୂତବାସ ପକ୍ଷରୁ କୁହାଯାଇଛି, ଭାରତୀୟ ଛାତ୍ରଛାତ୍ରୀ ବାହାରକୁ ବାହାରିବା ମାତ୍ରେ ସାଙ୍ଗରେ ତ୍ରିରଙ୍ଗା ଧରି ବାହାରନ୍ତୁ।
ଭାରତରୁ ହଜାର କିଲୋମିଟର ଦୂର ବତ୍ତର୍ମାନ ଯୁଦ୍ଧ ସମୟରେ ମଧ୍ୟ ତ୍ରିରଙ୍ଗାକୁ ସମ୍ମାନ ପ୍ରଦାନ କରାଯାଉଥିବା ଦେଖାଯାଉଛି। ତ୍ରିରଙ୍ଗା ଯୋଗୁଁ ଜୀବନ ବଞ୍ଚିବା ସହ ଅନେକ ସ୍ଥାନକୁ ଯିବା ସମୟରେ ଗାଡିରେ ତ୍ରିିରଙ୍ଗା ଲଗାଇ ଯିବାରୁ କୌଣସି ଆକ୍ରମଣ ମଧ୍ୟ କରାଯାଉ ନାହିଁ। ଗୁଳିଚାଳନା ବନ୍ଦ କରାଯାଉଛି। ତ୍ରିରଙ୍ଗାକୁ ଦେଖି ଉଭୟ ୟୁକ୍ରେନ ଓ ରୁଷ ସେନା ଗୁଳିଚାଳନା ରୋକି ଦେଉଛନ୍ତି। ଏଭଳି ଅନେକ ଭିଡିଓ ଭାଇରାଲ ହେଉଥିବା ଦେଖାଯାଉଛି। ଭାରତୀୟ ଛାତ୍ରଙ୍କୁ ରାସ୍ତା ମଧ୍ୟ ଦେଖାଉଛନ୍ତି। ଭାରତୀୟ ଛାତ୍ର କହିଛନ୍ତି, ତ୍ରିରଙ୍ଗା ପାଇଁ ହିଁ ସୁରକ୍ଷିତ ଫେରିଛୁ।
ୟୁକ୍ରେନରୁ ଫେରିଥିବା ଜଣେ ଛାତ୍ରୀ କହିଛନ୍ତି, ଆମକୁ ୟୁକ୍ରେନରେ ଜଣାପଡିଛି, ତ୍ରିରଙ୍ଗାର ମହତ୍ତ୍ୱ କ’ଣ। ପୂର୍ବରୁ ହିଁ କୁହାଯାଇଥିଲା ତ୍ରିରଙ୍ଗା ପାଇଁ ହିଁ ବିପଦ, ଆକ୍ରମଣରୁ ରକ୍ଷା ମିଳିବ। ମୋ ନିକଟରେ ମଧ୍ୟ ତ୍ରିରଙ୍ଗା ଥିବାରୁ ମୁଁ ସୁରକ୍ଷିତ ଫେରିଛି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories