www.samajalive.in
Monday, December 8, 2025
17.1 C
Bhubaneswar

ନିମ୍ନ ମାନର ରାସ୍ତା କାର୍ଯ୍ୟ ଯୋଗୁଁ ଜନ ଅସନ୍ତୋଷ

ବେଗୁନିଆ : ବେଗୁନିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ମଲ୍ଲୀପଦର-ଗୋବିନ୍ଦପୁର ରାସ୍ତା କାର୍ଯ୍ୟ  ନିମ୍ନ ମାନର କରାଯାଇ ଅର୍ଥ ଆତ୍ମସାତ କରାଯାଇଥିବା ନେଇ ଅଭିଯୋଗ ସହ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।ଗ୍ରାମବାସୀମାନେ ଏ ସଂକ୍ରାନ୍ତରେ ୫ଟି ସଚିବଙ୍କ ସହିତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଉକ୍ତ ରାସ୍ତା କାର୍ଯ୍ୟ ପାଇଁ ୨୦ ଲକ୍ଷ ଟଙ୍କାର ଅନୁଦାନ ଆସିଥିବାବେଳେ ଠିକାଦାର ପିଚୁ ରାସ୍ତା ଉପରେ ନାମକୁ ମାତ୍ର ପିଚୁ ଏବଂ ବଜୁରୀ ଦେଇ କାର୍ଯ୍ୟ କରିଥିବାବେଳେ ରାସ୍ତାର ଦୁଇ ପାର୍ଶ୍ଵରେ ପିଚୁ ବଜୁରୀ ଦେଇ ସମସ୍ତ ଅର୍ଥ ବାଟମାରଣା ହୋଇଥିବାର ଅଭିଯୋଗ ହୋଇଥିଲା ।ଯାହାଫଳରେ ରାସ୍ତା କାର୍ଯ୍ୟ ହେବାର ୮ ଦିନ ଭିତରେ ଚିପସ ବଜୁରୀ ଉଠି ରାସ୍ତା ଉପରେ ଗଡୁଛି  ।ଏହି ରାସ୍ତା ଉପରେ ଦୈନିକ ହଜାର ହଜାର ଲୋକ ଯାତାୟାତ କରୁଥିବାବେଳେ ବହୁ ଗାଡି ମଟର ଯା ଆସ କରିଥାଏ ।ଫଳରେ ଲୋକମାନେ ଯାତାୟାତ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସଂକ୍ରାନ୍ତରେ ଗ୍ରାମବାସୀମାନେ ୫ ଟି ସଚିବଙ୍କ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ,ମୁଖ୍ୟଯନ୍ତ୍ରୀ ,ନିର୍ବାହୀ ଯନ୍ତ୍ରୀ, ଡି ଏସ ପି ଭିଜିଲାନ୍ସ ଖୋର୍ଦ୍ଧା, ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।ଅଭିଯୋଗ ହେବା ପରେ ଗତ୨୩ତାରିଖ ଦିନ ଏସ ଇ, ନିର୍ବାହୀଯନ୍ତ୍ରୀ ଏବଂ ଏସ ଡି ଓ ଆସି ତିନି ଜାଗାରେ ରାସ୍ତା କାର୍ଯ୍ୟର ମାନ ପରୀକ୍ଷା କରିଥିଲେ । ତୁରନ୍ତ ଏଦିଗ ପ୍ରତି ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories