www.samajalive.in
Monday, December 8, 2025
24.1 C
Bhubaneswar

ୟୁକ୍ରେନର ବଡ଼ ଦାବି ରୁଷର ୩୦ ଟ୍ୟାଙ୍କ, ୧୩୦ ସଶସ୍ତ୍ର ଯାନ, ୫ ବିମାନ ଓ ୬ ହେଲିକପ୍ଟର ନଷ୍ଟ କରିଛି

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ରୁଷ ୟୁକ୍ରେନ ଉପରେ ଆକ୍ରମଣ କରୁଥିବା ବେଳେ, ୟୁକ୍ରେନ ମଧ୍ୟ ରୁଷ ଉପରେ ପାଲଟା ଜବାବ ଦେଉଛି । ଯୁଦ୍ଧର ପ୍ରଥମ ଦିନରେ ୟୁକ୍ରେନ ରୁଷର ଯୁଦ୍ଧ ବିମାନ ଏବଂ ଟ୍ୟାଙ୍କକୁ ଗୁଳି କରି ନଷ୍ଟ କରିଥିବା ଦାବି କରିଛି । ଆଜି ଯୁଦ୍ଧର ଦ୍ୱିତୀୟ ଦିନରେ ୟୁକ୍ରେନ୍‍ ଦାବି କରିଛି ଗତକାଲିଠୁ ଆଜି ରୁଷର ଅଧିକ କ୍ଷତି କରିଛି ୟୁକ୍ରେନ୍‍ । ରିପୋର୍ଟ ଅନୁଯାୟୀ, ଆଜି ଦିନ ୟୁକ୍ରେନ ସେନା ରୁଷିଆର ୩୦ଟି ଟ୍ୟାଙ୍କ, ୧୩୦ ସଶସ୍ତ୍ର ଯାନ, ୫ ବିମାନ ଏବଂ ୬ଟି ହେଲିକପ୍ଟର ନଷ୍ଟ କରିଥି ବୋଲି ଦାବି କରିଛି। ହେଲେ ଏନେଇ ରୁଷିଆ କୌଣସି ସ୍ପଷ୍ଟ ମତ ଦେଇନାହିଁ ।

ଗତକାଲି ଯୁଦ୍ଧର ପ୍ରଥମ ଦିନରେ ରୁଷର ଆକ୍ରମଣରେ ୪୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଛି । ଅନେକ ସୈନିକ ମଧ୍ୟ ଆହତ ହୋଇଛନ୍ତି । ଏଥି ସହିତ, ରୁଷର ସେନା ଆକ୍ରମଣ ହେତୁ ୟୁକ୍ରେନର ଅନେକ ଚେକ୍ ପୋଷ୍ଟ ଏବଂ ସାମରିକ ବେସ ମଧ୍ୟ ନଷ୍ଟ ହୋଇଯାଇଛି । ରୁଷର ସୈନ୍ୟବାହିନୀ ଗୁରୁବାର ଦାବି କରିଛି ଯେ ଏହା ୟୁକ୍ରେନର ଏୟାର ବେସ୍‍ ମଧ୍ୟ ନଷ୍ଟ କରିଦେଇଛି।

- Advertisement -

ଏହି ଯୁଦ୍ଧରେ ୟୁକ୍ରେନ୍‍ ଓ ରୁଷ ମଧ୍ୟ କଡ଼ା ଲଢ଼େଉ ଚାଲିଛି । ରୁଷ ୟୁକ୍ରେନ୍‍ର କ୍ଷତି କରୁଥିବା ବେଳେ, ୟୁକ୍ରେନ୍‍ ରୁଷର ମଧ୍ୟ କ୍ଷତି କୁରୁଛି । ପ୍ରଥମ ଦିନରେ, ୟୁକ୍ରେନ ସେନା ଦାବି କରିଛି ସେମାନେ ଖାର୍କିଭରେ ଅନେକ ରୁଷର ଟ୍ୟାଙ୍କ ନଷ୍ଟ କରିଛନ୍ତି। ଏହା ବ୍ୟତୀତ ପ୍ରଥମ ଦିନରେ ରୁଷର ଯୁଦ୍ଧ ବିମାନ ଏବଂ ୨ ଟି ହେଲିକପ୍ଟର ମଧ୍ୟ ଗୁଳି ଚଳାଇବାର ଦାବି କରାଯାଇଥିଲା । ୟୁକ୍ରେନ ସେନା ମଧ୍ୟ ରୁଷର ୫୦ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories