www.samajalive.in
Wednesday, December 10, 2025
26.1 C
Bhubaneswar

ଦୃଷ୍ଟିହୀନ ଯୁବକଙ୍କଠାରୁ ମୋବାଇଲ ଫୋନ୍ ଲୁଟ୍

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ରେଳ ଷ୍ଟେସନ ରାସ୍ତାରୁ ଜନୈକ ଦୃଷ୍ଟିହୀନ ଯୁବକ ଟ୍ରେନ ଯୋଗେ ଭୁବନେଶ୍ୱର ଯିବା ସମୟରେ ତାଙ୍କଠାରୁ ମୋବାଇଲ ଫୋନ ଲୁଟ୍ ହୋଇଛି। ଯୁବକଙ୍କୁ ପାଣି ପିଇବାକୁ ଦେବା ବାହାନାରେ ପାଉଚ ମଦ ପିଆଇ ଲୁଟେରାମାନେ ମୋବାଇଲ ଫୋନ ଲୁଟି ନେଇ ଥିବା ଜଣା ପଡିଛି। ସଂପୃକ୍ତ  ଦୃଷ୍ଟିହୀନ ଯୁବକ ଜଣଙ୍କ  ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜୋରାବନ୍ଧ ପଞ୍ଚାୟତର ଛତରଙ୍ଗ ଗ୍ରାମର ପିତାମ୍ବର ବିଶ୍ୱାଳଙ୍କ ଅନ୍ଧ ପୁଅ ମୋତିଲାଲ ବୋଲି ପରିଚୟ ମିଳିଛି। ହାତରେ ମୋବାଇଲ ନଥିବାରୁ ଯୁବକ ଜଣଙ୍କ କାହା ସହ ଯୋଗାଯୋଗ କରି ନପାରି, କାନ୍ଦି କାନ୍ଦି ନିଶାଶକ୍ତ ଅବସ୍ଥାରେ ସ୍ଥାନୀୟ ଥାନା ଖୋଜି ଖୋଜି ଆସୁଥିବା ଦେଖି ସାମ୍ବାଦିକ ଜୀବନାନନ୍ଦ ମହାନ୍ତି ତାଙ୍କୁ ଥାନାରେ ପହଞ୍ଚାଇଥିଲେ। ପରେ ପୁଲିସ ବଙ୍ଗୋମୁଣ୍ଡା ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରି ଯୁବକର ପରିବାର କୁଜଣାଇଥିଲେ। ମୋତିଲାଲ ଗତକାଲି ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାପାଇଁ ଘରକୁ ଆସିଥିଲେ। ରାତିରେ ଇଣ୍ଟର ସିଟି ଏକ୍ସପ୍ରେସ ଯୋଗେ ଭୁବନେଶ୍ୱର ଯିବାପାଇଁ କଣ୍ଟାବାଞ୍ଜି ଷ୍ଟେସନ ଆସିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories