www.samajalive.in
Wednesday, December 10, 2025
26.1 C
Bhubaneswar

ଚଳିତ ବର୍ଷ ବଢ଼ିବନି ଗରମ, କମିବନି ବର୍ଷା

ଭୁବନେଶ୍ୱର : ଆସନ୍ତା ଗ୍ରୀଷ୍ମଋତୁରେ ରୌଦ୍ରତାପର ପ୍ରଭାବ ଅଧିକ ହେବ ନାହିଁ । ଗ୍ରୀଷ୍ମ ପରେ ମୌସୁମି ଆଗମନର ପ୍ରଥମ ପର୍ଯ୍ୟାୟରେ ଜୁଲାଇ ପର୍ଯ୍ୟନ୍ତ ବର୍ଷା ପରିମାଣ ମଧ୍ୟ କମିବ ନାହିଁ। ସମୁଦ୍ର ଜଳପତ୍ତନର ତାପମାତ୍ରା ଓ ବାୟୁମଣ୍ଡଳର ତଥ୍ୟ ଆଧାରରେ ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ବିଶ୍ଳେଷଣରୁ ଏହା ଜଣାପଡ଼ିଛି।
ଫେବୃଆରୀ ମଧ୍ୟଭାଗ ସୁଦ୍ଧା ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି ଯେ ବିଷୁବ ମଣ୍ଡଳୀୟ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଜଳପତ୍ତନର ତାପମାତ୍ରା କମ ରହିଥିବାରୁ ‘ଲା ନିନା’ର ପ୍ରଭାବ ଥିଲା। ଏହି ଅବସ୍ଥା ଆସନ୍ତା ଏପ୍ରିଲ ପର୍ଯ୍ୟନ୍ତ ରହିବ। ମେ’ରୁ ଅଗଷ୍ଟ ମଧ୍ୟରେ ତାପମାତ୍ରା ବଢ଼ିଲେ ବି ‘ଏଲ ନିନୋ’ ପ୍ରଭାବରେ ସେତେ ପ୍ରଭାବୀ ହୋଇ ନପାରେ। ସାଧରଣତଃ ଲା ନିନା ସମୟରେ ଦେଶରେ ଅଧିକ ବର୍ଷା ହୋଇଥାଏ। ତେବେ ସ୍ଥଳ ବିଶେଷରେ ଏଲ ନିନୋ ପ୍ରଭାବ ଥିବା ସମୟରେ ଅଧିକ ବର୍ଷାର ସମ୍ଭାବନା ଥିବାରୁ ତାପମାତ୍ରା ହ୍ରାସ ପାଇଥାଏ। ଉଭୟ ‘ଲା ନିନା’ ଏବଂ ‘ଏଲ ନିନୋ ପ୍ରଭାବରେ ସମୁଦ୍ର ଏବଂ ବାୟୁମଣ୍ଡଳ ତାପମାତ୍ରାରେ ଅସ୍ଥିରତା ଦେଖାଦେଇଥାଏ।
ବିଭିନ୍ନ ସଂସ୍ଥାର ବିଶ୍ଳେଷଣ ଆଧାରରେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଓଡ଼ିଶାରେ ଏପ୍ରିଲରେ ତାପମାତ୍ରା ସ୍ୱାଭାବିକ ରହିବ। ମେ’ ରୁ ଜୁଲାଇ ତାପମାତ୍ରା କମ ରହିବାର ସମ୍ଭାବନା ପ୍ରାୟ ୪୦ରୁ ୬୦% ରହିଛି। ସେହିଭଳି ଏପ୍ରିଲରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା କମିବାର ସମ୍ଭାବନା ପ୍ରାୟ ୪୦ପ୍ରତିଶତ। ମେ ଓ ଜୁନରେ ଅଧିକ ବର୍ଷାର ସମ୍ଭାବନା ଥିବାବେଳେ ଜୁଲାଇରେ ବର୍ଷା ସ୍ୱାଭାବିକ ହୋଇପାରେ। ଉଭୟ ତାପମାତ୍ରା ଓ ବର୍ଷାର ଆକଳନକୁ ବିଚାର କଲେ ଜୁନରେ ଅଧିକ ବର୍ଷା ଓ କମ ତାପମାତ୍ରା ରହିବ, ଅର୍ଥାତ ଜୁନରେ ମୌସୁମିର ଗତି ସ୍ୱାଭାବିକ ରହିବ। ମେ’ରେ ଗରମ କମିବା ସହିତ ମଝିରେ ମଝିରେ ବର୍ଷା ହେବ। ଆସନ୍ତା ଏପ୍ରିଲ ମଧ୍ୟଭାଗ ସୁଦ୍ଧା ଏ ସମ୍ପର୍କରେ ଆକଳନ ଅଧିକ ସ୍ପଷ୍ଟ ହେବ ବୋଲି ସେ ସୂଚନା ଦେଇଛନ୍ତି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories