www.samajalive.in
Wednesday, December 10, 2025
26.1 C
Bhubaneswar

ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍ : ୬୬୭ ଜିଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଜି ରାଜ୍ୟର ୨୭ ଟି ଜିଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବ । ଝାରସୁଗୁଡ଼ା, ବୌଦ୍ଧ ଓ ଦେବଗଡ଼ ଜିଲାରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇସାରିଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପରେ ଅଧିକାଂଶ ଜିଲା ପଞ୍ଚମ ପର୍ଯ୍ୟାୟ ନିର୍ବାଚନରୁ ବାଦ ପଡ଼ିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ତଥ୍ୟରୁ ଜଣାଯାଇଛି।
ଆୟୋଗଙ୍କ ତଥ୍ୟ ଅନୁଯାୟୀ ଆଉ ଗୋଟିଏ ସପ୍ତାହ ଭିତରେ ନିର୍ବାଚନ ଫଳାଫଳ ଘୋଷଣା ହେବ। ରାଜ୍ୟରେ ଗତ ତିନୋଟି ପର୍ଯ୍ୟାୟ ନିର୍ବାଚନରେ ଯେଉଁ ପ୍ରକାର ରାଜନୈତିକ ହିଂସା ଦେଖାଦେଇଛି ପୂର୍ବରୁ ଏଭଳି ଉପୁଜି ନଥିଲା। ଚଳିତଥର ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କଟକଣା କଡାକଡି କରାଯିବାକୁ ଗୁରୁତ୍ବ ଦିଆଯାଇଥିଲେ ହେଁ ବାସ୍ତବକ୍ଷେତ୍ରରେ ତାହା ପ୍ରତିଫଳିତ ହୋଇପାରୁନାହିଁ । ଏହି ପରିପ୍ରେକ୍ଷୀରେ ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବ। ୨୭ଟି ଜିଲାର ୬୪ଟି ବ୍ଲକର ୧୬୩ଟି ଜିଲା ପରିଷଦ ଆସନ ପାଇଁ ୬୬୭ ପ୍ରାର୍ଥୀ ଛିଡା ହୋଇଛନ୍ତି। ୧୨୫୪ଟି ପଞ୍ଚାୟତରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମତଦାନରେ ରାଜ୍ୟର ୫୧.୩୧ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ଭିତରେ ୬୧ହଜାର ୩୦୦ ବୁଥରେ ମତଦାନ ଶେଷ ହୋଇଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର କୁମାର ସାହୁଙ୍କ ସୂଚନା ଅନୁଯାୟୀ ଆଜି ଚତୁର୍ଥ ପର୍ଯ୍ୟାୟରେ ୧୭ହଜାର ୮୯ଟି ବୁଥରେ ମତଦାନ କରାଯିବ। ଏଥିମଧ୍ୟରୁ ୨୫୬୩ଟି ବୁଥ ସମ୍ବେଦନଶୀଳ ଥିବାରୁ ସେଠାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପୁଲିସ ମହାନିର୍ଦେଶକଙ୍କୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ୨୫୭ ପ୍ଲାଟୁନ୍ ପୁଲିସ ବଳ ଓ ୧୪୭୩ଟି ଭ୍ରାମ୍ୟମାଣ ପୁଲିସ ପଇଁତରା ଦଳ ମୁତୟନ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ତୃତୀୟ ପର୍ଯ୍ୟାୟ ନିର୍ବାଚନବେଳେ ଗଣ୍ଡଗୋଳ ଯୋଗୁ କିଛି ସ୍ଥାନରେ ମତଦାନ ପ୍ରଭାବିତ ହୋଇଥିଲା। ଏଥିପାଇଁ ଯାଜପୁର, ଭଦ୍ରକ ଓ ରାୟଗଡ଼ା ଜିଲାରୁ ସାନି ମତଦାନ ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରସ୍ତାବ ମିଳିଛି। ଜିଲାପାଳଙ୍କ ସୁପାରିସକ୍ରମେ ସାନି ନିର୍ବାଚନ କେଉଁଠାରେ ହେବ ସେନେଇ ଆସନ୍ତାକାଲି ଆୟୋଗଙ୍କ ପକ୍ଷରୁ ଅବଗତ କରାଯିବ। ସେହିପରି ଆଜି ସନ୍ଧ୍ୟା ସୁଦ୍ଧା ପଞ୍ଚମ ପର୍ଯ୍ୟାୟ ମତଦାନ ଲାଗି ପ୍ରଚାର ଓ ଡାକବାଜି ଯନ୍ତ୍ର ବନ୍ଦ କରାଯିବାକୁ ଆୟୋଗଙ୍କ ନିର୍ଦେଶ ରହିଛି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories