www.samajalive.in
Tuesday, December 9, 2025
17.1 C
Bhubaneswar

ସୋନମ୍‌ଙ୍କ ନିଷ୍ପତ୍ତି

ବିବାହ ପରେ ସୋନମ୍ କପୁର କିଛି ଦିନ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ବିଦେଶ ଭ୍ରମଣ କରିବା ପରେ ଏବେ ପୁଣି କ୍ୟାରିୟର ମନସ୍କ ହୋଇଛନ୍ତି। ଏବେ ସେ ଆଗାମୀ ଚଳଚ୍ଚିତ୍ର ‘ଏକ ଲଡକୀ କୋ..’ ଓ ‘ଜୋୟା ଫ୍ୟାକ୍ଟର’ର ସୁଟିଂ କାମରେ ଖୁବ୍ ବ୍ୟସ୍ତ। ତେବେ ସେ ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ବର୍ଷ ଆରମ୍ଭରେ ଦୁଇଟି ଚଳଚ୍ଚିତ୍ରରେ ନିର୍ଦେଶନା ଦେବା ଯୋଜନାରେ ଅଛନ୍ତି। ଏଥିପାଇଁ ପ୍ରାକ୍-ପ୍ରସ୍ତୁତି ମଧ୍ୟ ସୋନମ୍ କରିସାରିଲେଣି। ଦୁଇଟି ଉପନ୍ୟାସର କାହାଣୀ ଅନୁସାରେ ହିଁ ଚଳଚ୍ଚିତ୍ର ନିର୍ମାଣ ହେବ ବୋଲି ପ୍ରକାଶ। ଏ ବାବଦରେ ସୋନମ୍ କହିଛନ୍ତି ରାଜମୌଲୀଙ୍କ ବାହୁବଳୀ ଦେଖିବା ପରେ ଭାରତୀୟ ଦର୍ଶକଙ୍କ ଚିନ୍ତାଧାରା ଅନେକାଂଶରେ ପରିବର୍ତ୍ତନ ହୋଇଛି। ଏଣୁ ସେ ବାହୁବଳୀର ସୁଟିଂ ଷ୍ଟାଇଲ୍‌କୁ ଅନୁକରଣ କରିପାରନ୍ତି। ଦକ୍ଷିଣ ସିନେଜଗତର ସଙ୍ଗୀତ ସହ ସୁଟିଂର ସୋନମ୍ ଖୁବ୍ ପ୍ରଶଂସା କରିଛନ୍ତି। ତାଙ୍କର ଏଇ ପ୍ରଥମ ପଦକ୍ଷେପରେ ବାପା ଅନିଲ କପୁର ଓ ବଡ଼ବାପା ବୋନି କପୁର ପୂର୍ଣ୍ଣ ସମର୍ଥନ କରିବେ ବୋଲି ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories