www.samajalive.in
Wednesday, December 10, 2025
26.1 C
Bhubaneswar

ଖୁଣ୍ଟୁଣୀ ପଞ୍ଚାୟତରେ ରୋଚକସ୍ଥିତି, ଦୁଇ ସରପଞ୍ଚ ସମର୍ଥକଙ୍କ ମୁହାଁମୁହିଁ

ଗୁରୁଡିଝାଟିଆ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଖୁଣ୍ଟୁଣୀ ଏବେ ରୋଚକ ସ୍ଥିତିରେ ରହିଛି। ଏହି ପଞ୍ଚାୟତରୁ ୧୩ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ ମଧ୍ୟ ଲଢେଇ ମୁଖ୍ୟତଃ ଦ୍ୱିମୁଖି ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି। ପୂର୍ବତନ ସରପଞ୍ଚ କୈଳାସ ଦାସ ଓ ଆଲୋକ ସାହୁ ମଧ୍ୟରେ ଲଢେଇ ଜୋରଦାର ହେଉଛି। ଆଜି ଉଭୟ ସମର୍ଥକଙ୍କ ଭିତରେ ମୁହାଁମୁହିଁ ହୋଇଥିଲା ଏବଂ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉଭୟେ ଉଭୟଙ୍କ ବିରୋଧରେ ନାରାବାଜି ଦେଇଥିଲେ। ଏପରିକି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ବାଚନ ପ୍ରଚାରଗାଡିରେ ପ୍ରଚାର କରିବା ପାଇଁ ବୁଲୁଥିବା ବେଳେ ଖୁଣ୍ଟୁଣୀ ବଜାର ନିକଟରେ କିଛି ଯୁବକ ବାଇକକୁ ରାସ୍ତା ଉପରେ ରଖି କୈଳାସ ଦାସଙ୍କ ସପକ୍ଷରେ ନାରାବାଜି ଦେଇଥିଲେ। ଆଠଗଡ ଏସଡିପିଓ ସତ୍ୟବ୍ରତ ଲେଙ୍କା ଓ ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ପ୍ରସାଦ ଖୁଣ୍ଟିଆ ରାସ୍ତା ଉପରେ ବାଇକଗୁଡିକୁ ହଟାଇ ସ୍ୱାଭାବିକ ପରିସ୍ଥିତି କରିଥିଲେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories