www.samajalive.in
Saturday, December 6, 2025
26.1 C
Bhubaneswar

ମୁଲାକାଲଙ୍କୁ ଦାୟିତ୍ୱମୁକ୍ତ କଲେ ପୋପ୍‍; ଶୀଘ୍ର ଗିରଫ ହେବା ଆଶଙ୍କା

ନୂଆଦିଲ୍ଲୀ : କେରଳୀ ନନ୍‍ଙ୍କ ବଳାତ୍କାର ମାମଲାରେ ଅଭିଯୁକ୍ତ ଜଳନ୍ଧର ବିଶପ୍‍ ଫ୍ରାଙ୍କୋ ମୁଲାକାଲଙ୍କୁ ପୋପ୍‍ ଫ୍ରାନ୍ସିସ୍‍ ଦାୟିତ୍ୱମୁକ୍ତ କରିଛନ୍ତି। ତାଙ୍କ ସ୍ଥାନରେ ବମ୍ବେ ଏମେରିଟସ୍‍ ଆର୍କଡାଇୟୋସେସ୍‍ ଆଞ୍ଜେଲୋ ରୁଫିନୋ ଗ୍ରେସିଅସ୍‍ଙ୍କୁ ଜଳନ୍ଧର ଡାୟୋସେସ୍‍ର କାର୍ଯ୍ୟକାରୀ ପୋପ୍‍ ବା ପ୍ରଶାସକ ଭାବେ ନିଯୁକ୍ତ କରିଛନ୍ତି। ଏ ସମ୍ପର୍କରେ ଭାଟିକାନ୍‍ ସିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଓ ଅବିଳମ୍ବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ଅଭିଯୁକ୍ତ ବିଶପ୍‍ ମୁଲାକାଲ ଗତ ୧୬ତାରିଖରେ ତାଙ୍କ ବିରୋଧରେ ଅଭିଯୋଗର ତଦନ୍ତ ଚାଲିଥିବା ପରିପ୍ରେକ୍ଷୀରେ ସାମୟିକ ଭାବେ ପଦମୁକ୍ତ ହୋଇଥିଲେ। ଏହାର ଅନୁମୋଦନ ପାଇଁ ସେ ପୋପ୍‍ଙ୍କୁ ପତ୍ର ଲେଖିଥିଲେ; ଯାହାକୁ ପୋପ୍‍ ଗ୍ରହଣ କରି ଉପରୋକ୍ତ ପଦକ୍ଷେପ ନେଇଥିବା କହିଛନ୍ତି କେରଳ କ୍ୟାଥୋଲିକ୍‍ ବିଶପସ୍‍ କାଉନ୍‍ସିଲ ମୁଖପାତ୍ର ଭର୍ଗିସ ଭାଲିକାଟ୍ଟୁ। ଅପରପକ୍ଷରେ ଦୁଇ ଦିନ ଧରି ଏଠାରେ ମୁଲାକାଲଙ୍କ ଜେରା ଚାଲିଛି। କେରଳ ପୁଲିସ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‍ଆଇଟି) ଗୁରୁବାର ମୁଲାକାଲଙ୍କୁ ୭ଘଣ୍ଟା କାଳ ଜେରା କରିଥିବାବେଳେ ଶୁକ୍ରବାର ମଧ୍ୟ ଦୀର୍ଘ ସମୟ ପଚରାଉଚୁରା କରିଥିଲା। ତାଙ୍କୁ ଦିନେ ବା ଦୁଇ ଦିନ ମଧ୍ୟରେ ଯେ କୌଣସି ମୁହୂର୍ତ୍ତରେ ଗିରଫ କରାଇପାରେ ବୋଲି ଏସ୍‍ଆଇଟି ମୁଖ୍ୟ ଡିଏସ୍‍ପି କେ. ସୁଭାଷ ସୂଚନା ଦେଇଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories