www.samajalive.in
Monday, December 8, 2025
27.1 C
Bhubaneswar

ରାସ୍ତାରେ ଥିବା ଖାଲରେ ପଡି ଡେପୁଟି ରେଞ୍ଜର ମୃତ; ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ବନ୍ତଳା: ବନ୍ତଳା ଥାନା ଅନ୍ତର୍ଗତ ସାରଙ୍ଗପୁର ବଉଳି ପୋଲ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଅନୁଗୁଳ ବନଖଣ୍ଡରେ କାର୍ଯ୍ୟରତ ଥିବା ଡେପୁଟି ରେଞ୍ଜର ଜୟନ୍ତ କୁମାର ସାହୁ(୪୧)ଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଡେପୁଟି ରେଞ୍ଜର ଶ୍ରୀ ସାହୁ ରାତି ପ୍ରାୟ ୯ଟା ସମୟରେ କୌଣସି କାମରେ ବେଡାଛକରୁ ବନ୍ତଳା ଆଡ଼କୁ ବାଇକରେ ଆସୁଥିଲେ। ସାରଙ୍ଗପୁର ବଉଳି ପୋଲ ନିକଟରେ ଏକ ଖାଲରେ ପଡ଼ି ଦୁର୍ଘଟଣାର ଶିକାର ହେଇଥିଲେ। ପଥଚାରୀମାନେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏନେଇ ଆଜି ସକାଳ ସମୟରେ ଅଞ୍ଚଳବାସୀ ଏହା ବିରୋଧରେ ରାଜରାସ୍ତା ଅବରୋଧ କରିଛନ୍ତି। ପୁରୁଣା କଟକ ସମ୍ବଲପୁର ରାସ୍ତାର ସାରଙ୍ଗପୁର ନିକଟରେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ଏହା ଫଳରେ ଦୀର୍ଘ ସମୟ ଧରି ସାଧାରଣ ଜନଜୀବନ ଠପ ହୋଇ ରହିଥିବା ଜଣାପଡିଛି। ଘଟଣା ସ୍ଥାନରେ ଉତେଜନା ଲାଗି ରହିଥିବା ବେଳେ ପୁଲିସ ପହଞ୍ଚିପାରି ନଥିବା ଜଣାପଡିଛି।

- Advertisement -

ଅନ୍ୟପକ୍ଷେ ସ୍ୱର୍ଗତ ସାହୁଙ୍କ ଘର ବନ୍ତଳା ଥାନା ଅନ୍ତର୍ଗତ ହମାମିରା ଗାଁରେ । ତାଙ୍କ ବାପାଙ୍କ ନାମ ଜହରଲାଲ ସାହୁ। ନିକଟରେ ସେ ବନ୍ତଳାରେ ଅବସ୍ଥାପିତ ହୋଇଥିଲେ। ଦୀର୍ଘ ଦିନ ହେଲା ଅନ୍ତୁଳିଆ, ବନ୍ତଳା, ଛେଣ୍ଡିପଦା ଆଦି ଅଂଚଳରେ କାର୍ୟ୍ୟକରି ସେ ଅଂଚଳବାସୀଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ତାଙ୍କର ପତ୍ନୀଙ୍କ ସମେତ ଗୋଟିଏ ପୁଅ (୧୫) ଓ ଗୋଟିଏ ଝିଅ(୧୦) ଅଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ବନ୍ତଳା ଅଂଚଳରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories