mission shakti banner

ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ନିର୍ବାଚନୀ ପ୍ରଚାର

BSKY banner  750×100

ବାଙ୍କୀ : ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତିପାଠୀ ଦଳୀୟ ସମର୍ଥିତ ପ୍ରାର୍ଥୀ ମାନଙ୍କୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟୀ କରିବା ପାଇଁ ପଞ୍ଚାୟତକୁ ପଞ୍ଚାୟତ ବୁଲି ପ୍ରଚାର କାର୍ଯ୍ୟ କରିଛନ୍ତି। ସେହିପରି ପୁରୁଖା କର୍ମୀ ଏବଂ ଯୁବ କର୍ମୀ ମାନଙ୍କ ସହ ଆଲୋଚନାକୁ ଗୁରୁତ୍ୱ ଦେଇ ଭୋଟଭିକ୍ଷାକୁ ପ୍ରାଧାନ୍ୟ ଦେଇଛନ୍ତି। ଡମପଡା ବ୍ଲକ ଅଧିନ କୁଶପଙ୍ଗି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାତମୁଣ୍ଡିଆ-ଘାସିପୁଟ,ନିସ୍ତିପୁର,ଇନ୍ଦୁମତିପାଟଣା ଏବଂ ରାଜୀବ ନଗର ଗ୍ରାମକୁ ସ୍ୱତନ୍ତ୍ର ପଦକ୍ଷାତ୍ରାରେ ପ୍ରଚାର କାର୍ଯ୍ୟରେ ବାହାରି ସରପଞ୍ଚ ପ୍ରାର୍ଥୀ ନରେଶ କୁମାର ବେଉରା,ସମିତିସଭ୍ୟ ପ୍ରାର୍ଥିନୀ ଗୀତାଞ୍ଜଳି ବେଉରା ଏବଂ ୩୮ନଂ ଜୋନ ବିଜୁ ଜନତା ଦଳର ଜିଲ୍ଲାପରିଷଦ ପ୍ରାର୍ଥୀ ଆଶିଷ କୁମାର ସାହୁଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।  ଅପରାହ୍ନରେ ଆୟୋଜିତ ପଦଯାତ୍ରାରେ ଶତାଧିକ ମହିଳା କର୍ମୀଙ୍କ ସହିତ ଯୁବ ବିଜେଡି କର୍ମୀ ମାନେ ସାମିଲ ହୋଇ କୁଶପଙ୍ଗି ପଞ୍ଚାୟତର ବିକାଶ ପାଇଁ ଦଳ ସମର୍ଥିତ ପ୍ରାର୍ଥୀ ମାନଙ୍କୁ ନିର୍ବାଚନରେ ବିଜୟୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି।

Comments are closed.