www.samajalive.in
Monday, December 8, 2025
16.1 C
Bhubaneswar

ଛଦ୍ମ ଭୋଟର ଯିବେ​‌ ଜେଲ୍‌-ନିର୍ବାଚନ ଆୟୋଗଙ୍କ ସତର୍କବାଣୀ

ଭୁବନେଶ୍ବର, (ନି.ପ୍ର): ନିର୍ବାଚନରେ ଅନେକ ସମୟରେ ଛଦ୍ମ ଭୋଟର (ମତଦାତା) ଦେଖାଦେଇଥାନ୍ତି। କେତେବେଳେ ମୃତକଙ୍କ ପାଇଁ ତ ଆଉ କେତେବେଳେ ବୁଥ୍ ଜବରଦଖଲ କରିବାକୁ ଯାଇ ସବୁ ମଲା ହଜିଲାଙ୍କ ଏମାନେ ଭୋଟ ଦେଇଥା’ନ୍ତି। ଚଳିତଥର ପଞ୍ଚାୟତ ନିର୍ବାଚନକୁ ସ୍ବଚ୍ଛ ଓ ଅବାଧ କରିବା ପାଇଁ ନିର୍ବାଚନ ଆୟୋଗ ଉଦ୍ୟମ ଆରମ୍ଭ କରିଛନ୍ତି। ଯଦି କୌଣସି ସମୟରେ ଛଦ୍ମ ଭୋଟର ତଥା ଭୋଟ ଦେବାବେଳେ ଜାଲିଆତି ଧରାପଡ଼େ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲ ଯିବାକୁ ପଡ଼ିବ। ଆୟୋଗଙ୍କ ସଚିବ ରବୀନ୍ଦ୍ର କୁମାର ସାହୁ କହିଛନ୍ତି, ଜାଲ୍ ଭୋଟର୍ ସାବଧାନ ହୋଇଯାଅ। ଯଦି କୌଣସି କ୍ଷେତ୍ରରେ କେହି ଜାଲ୍ ଭୋଟର ଧରାପଡେ ତେବେ ସେଠାରେ ସଂପୃକ୍ତ ମତଦାତାଙ୍କୁ ପୁଲିସ ଜିମା ଦିଆଯିବ।

ଶ୍ରୀ ସାହୁ ସ୍ପଷ୍ଟ କରିଛନ୍ତି, ପରିଚୟ ପତ୍ର ଭୁଲ୍ ଥିଲେ, ଯଦି ଜଣେ ବ୍ୟକ୍ତି ଜୋର ଜବରଦସ୍ତ ଯାଇ ମତଦାନ କରେ ତେବେ ଜେଲ ଭୋଗିବାକୁ ପଡ଼ିବ। ଆଉ ଦୁଇ ଦିନ ପରେ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ ନିର୍ବାଚନଆୟୋଗଙ୍କ ଏହି ସତର୍କବାଣୀ କିଛି ଜାଲ୍ ଭୋଟରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି, ପଞ୍ଚାୟତ ନିର୍ବାଚନରେ ଭୋଟ ଦେବା ପାଇଁ ଭୋଟରଙ୍କ ନାମ ତାଲିକାରେ ଥିବା ଦରକାର ଏବଂ ତାଙ୍କର ପରିଚୟ ପତ୍ର ମଧ୍ୟ ଠିକ୍ ଥିବା ଦରକାର। ଯଦି ଭୋଟରଙ୍କ ଉପରେ ପୋଲିଂ ଏଜେଣ୍ଟ(ପ୍ରତିନିଧି)ଙ୍କ କୌଣସି ସନ୍ଦେହ ହୁଏ, ତା’ ହେଲେ ସେ ‘ଚ୍ୟାଲେଞ୍ଜ’ କରିପାରିବେ। ଏଥିପାଇଁ ପୋଲିଂ ଏଜେଣ୍ଟଙ୍କୁ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ୨ ଟଙ୍କା ଦାଖଲ କରିବାକୁ ପଡ଼ିବ। ପରେ ପ୍ରିଜାଇଡିଂ ଅଫିସର ସ୍ପଟ୍ ଉପରେ ଯାଞ୍ଚ କରିବେ। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଭୋଟରଙ୍କୁ ପୁଲିସ ଜିମାରେ ଦିଆଯିବ। ପୋଲିଂ ଏଜେଣ୍ଟ ଦେଇଥିବା ଦୁଇ ଟଙ୍କା ଦେୟକୁ ଫେରାଇ ଦିଆଯିବ। ଅଭିଯୋଗ ମିଛ ପ୍ରମାଣିତ ହେଲେ ସେ ଭୋଟ ଦେଇପାରିବେ। ସେ ଆହୁରି କହିଛନ୍ତି, ଯଦି କୌଣସି ବ୍ୟକ୍ତି ନାମରେ ଅନ୍ୟ ଜଣେ ଭୋଟ ଦେଇଥିବ; ସେ କ୍ଷେତ୍ରରେ ସେହି ବ୍ୟକ୍ତିଙ୍କୁ ଟ୍ରେଣ୍ଡଡ୍ ଭୋଟ୍ ପାଇଁ ଅନୁମତି ଦିଆଯିବ। ମାତ୍ର ସେ ଭୋଟ ଦେଇଥିବା ବାଲଟ ପେପରକୁ ଅଲଗା ରଖାଯିବ ଏବଂ ତାଙ୍କ ଭୋଟକୁ ଗଣତି କରାଯିବ ନାହିଁ। ପରେ କୋର୍ଟ ନିର୍ଦେଶ ଆସିଲେ, ଭୋଟର କାଉଣ୍ଟିଂ ହେବ। ଅନ୍ୟପଟେ ନିର୍ବାଚନ ପରିଚାଳନାରେ ଭାଗ ନେଇଥିବା ପୋଲିଂ ଅଧିକାରୀମାନେ ଭୋଟ ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି।
..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories