www.samajalive.in
Monday, December 8, 2025
27.1 C
Bhubaneswar

ୟୁପିରେ କୋହଳ ହେଲା ନାଇଟ୍‍ କର୍ଫ୍ୟୁ କଟକଣା

ଉତ୍ତରପ୍ରଦେଶ: ୟୁପିରେ କୋହଳ ହେଲା ନାଇଟ କର୍ଫ୍ୟୁ କଟକଣା । ନାଇଟ୍‍ କର୍ଫ୍ୟୁ କଟକଣାକୁ କୋହଳ କରିଛନ୍ତି ଉତ୍ତରପ୍ରଦେଶ ସରକାର । ଆଜିଠୁ ଉତ୍ତରପ୍ରଦେଶରେ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟ ଲଗାଯାଇଛି । ପୂର୍ବରୁ ଏହି କଟକଣା ରାତି ୧୦ଟାରୁ ସକାଳ ୬ଯାଏ ଲାଗୁ କରାଯଇଥିଲା । ନାଇଟ୍‍ କର୍ଫ୍ୟୁ ସମୟରେ ଜରୁରୀ ସେବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏହି ସମୟରେ ସ୍ୱାସ୍ଥ୍ୟ ସେବା ଜାରି ରହିବ । ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ କମୁଥିବାରୁ ନାଇଟ୍‍ କର୍ଫ୍ୟୁକୁ କୋହଳ କରାଯାଇଛି । ଗତକାଲି ଉତ୍ତରପ୍ରଦେଶରେ ୧ହଜାର ୭୭୬ କରୋନା ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୦ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ଉତ୍ତରପ୍ରଦେଶରେ ସ୍କୁଲ ଖୋଲିବା ନେଇ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‍ ଜାରି କରାଯାଇଥିଲା ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories