www.samajalive.in
Sunday, December 7, 2025
16.1 C
Bhubaneswar

ଛାତ୍ର ଛାତ୍ରୀଙ୍କ ବିଦ୍ୟାଳୟ ତ୍ୟାଗ,ସରକାରୀ ଅଫିସ୍‍ରେ ଲାଗିଲା କଳା ପତକା

କଳାପଥର : ବାଙ୍କୀ ବ୍ଳକ ଅନ୍ତର୍ଗତ କେନ୍ଦୁପଲ୍ଲୀ ପପଞ୍ଚାୟତର ବିଭିନ୍ନ ସମସ୍ୟା ସମାଧାନ ପାଇଁ ବୁଧବାର ଛାତ୍ର ଛାତ୍ରୀ ବିଦ୍ୟାଳୟ ପରିତ୍ୟାଗ କରିଛନ୍ତି। ସେହିପରି ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟରେ କଳାପତକା ଲଗାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାର ଜନଜାତି ଓ ଉପଜନଜାତି ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲା ବେଳେ କଟକ ଜିଲ୍ଲା ବାଙ୍କୀ ବ୍ଲକ ଅଧିନସ୍ଥ କେନ୍ଦୁପଲ୍ଲୀ ପଞ୍ଚାୟତର ଆଦିବାସୀ ସାହିରେ ବହୁଦିନରୁ ଦାବି ସତ୍ୱେ ନୂତନ ସ୍କୁଲ ଖୋଲାଯାଇ ପାରୁନାହିଁ। ଫଳରେ ନିରୀହ କୋମଳମତି ଛାତ୍ରଛାତ୍ରୀ ମାନେ ନିକଟସ୍ଥ ଗୋପବନ୍ଧୁ ନଗର ସ୍କୁଲକୁ ଯାହାକି ଆଦିବାସୀ ସାହିଠାରୁ ୧କିଲୋମିଟର ଦୂରକୁ •ଲି •ଲି ମୁଖ୍ୟରାସ୍ତାରେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ମୈାଳି ସୁବିଧାରୁ ବଞ୍ଚିତ ହୋଇ ବାରମ୍ବାର ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଥିଲା ବେଳେ ବ୍ଲକ ଶିକ୍ଷା ବିଭାଗ କିମ୍ବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ। ତତ୍କାଳୀନ ଉପଜିଲ୍ଲାପାଳ ଏହା ତହସିଲଦାର ଓ ବାଙ୍କୀ ବିଡିଓଙ୍କ ସମେତ ବିଧାୟକ ପ୍ରଭାତ ତ୍ରୀପାଠିଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସେପ୍ଟେମ୍ବର ମାସ ସୁଦ୍ଧା ପୁରଣ ହେବ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ କାର୍ଯ୍ୟକାରୀ ହେଲାନାହିଁ। ଘଟଣାକୁ ଦୁଇମାସ ବିତିଯାଇଥିଲେ ମଧ୍ୟ ଗ୍ରାମବାସି ଅନ୍ୟାନ ଉପାୟ ନପାଇ ବାଧ୍ୟ ହୋଇ ଆଜି ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ,ପୋଷ୍ଟ ଅଫିସକୁ ବନ୍ଦ ରଖିବା ସହିତ ପ୍ରଶାସନର ପ୍ରତିଶୃତିକୁ ମନେପକାଇ ଦେବାପାଇଁ ଚେଷ୍ଟା କରିଛନ୍ତି। ପ୍ରତିଶୃତି ପୁରଣ ହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଗ୍ରମବାସିଙ୍କ ପକ୍ଷରୁ ସୂଚନାମିଳିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories