www.samajalive.in
Wednesday, December 10, 2025
18.1 C
Bhubaneswar

ବିନା ପ୍ରଫେସରରେ ଚାଲିଛି କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବିପର୍ଯ୍ୟସ୍ତ ଶିକ୍ଷାବ୍ୟବସ୍ଥା ପ୍ରସଙ୍ଗକୁ ସଂସଦରେ ଉତ୍ଥାପନ କରି ସାଂସଦ ସୁଜିତ କୁମାର ଉଦ୍‍ବେଗ ପ୍ରକାଶ କରିଛନ୍ତି। ଗତକାଲି ରାଜ୍ୟସଭା ଶୂନ୍ୟକାଳରେ ବିଶ୍ୱବିଦ୍ୟାଳୟର ନିମ୍ନଗାମୀ ଶିକ୍ଷା ପରିବେଶ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରି ସାଂସଦ ସୁଜିତ କୁମାର କହିଥିଲେ ଯେ ବିଶ୍ୱବିଦ୍ୟାଳୟର ମଞ୍ଜୁରପ୍ରାପ୍ତ ସମସ୍ତ ୨୩ଟି ପ୍ରାଧ୍ୟାପକ (ପ୍ରଫେସର) ପଦ ଖାଲି ପଡ଼ିଛି ଏବଂ ବିନା ପ୍ରାଧ୍ୟାପକରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନରେ ପାଠପଢ଼଼ା ଚାଲିଛି। ୪୩ଟି ମଞ୍ଜୁରପ୍ରାପ୍ତ ଆସୋସିଏଟ ପ୍ରଫେସର ପଦରୁ ମାତ୍ର ଜଣଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି। ସେହିଭଳି ୮୮ଟି ମଞ୍ଜୁରପ୍ରାପ୍ତ ଆସିଷ୍ଟାଣ୍ଟ ପ୍ରଫେସର ପଦରୁ ୭୨ଟି ପଦ ଖାଲି ପଡ଼ିଛି। ମୋଟାମୋଟି ଭାବେ ଦେଖିବାକୁ ଗଲେ ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ୧୫୪ଟି ମଞ୍ଜୁରପ୍ରାପ୍ତ ପଦରୁ ୧୩୭ଟି ପଦ ଖାଲି ପଡ଼ିଛି।

ଜାତୀୟସ୍ତରରେ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ଅଧ୍ୟାପକ ଓ ପ୍ରାଧ୍ୟାପକ ଖାଲି ପଦ ସଂଖ୍ୟା ୨୮ ପ୍ରତିଶତ ରହିଥିବା ବେଳେ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ପଦ ସଂଖ୍ୟା ଜାତୀୟ ହାରଠାରୁ ଢେର ଅଧିକ ୮୯ ପ୍ରତିଶତ ରହିଛି। ଶିକ୍ଷାଦାନ ପାଇଁ ମାତ୍ର ୧୭ ଜଣ ଅଧ୍ୟାପକ ସ୍ଥାୟୀ ପଦରେ କାର୍ଯ୍ୟକରିବା ଚିନ୍ତାଜନକ ବୋଲି ସାଂସଦ ସୁଜିତ କୁମାର କହିଥିଲେ। ବିଶ୍ୱବିଦ୍ୟାଳୟର ୧୪ଟି ବିଭାଗ ପାଇଁ ମାତ୍ର ଜଣେ ଅଧ୍ୟାପକ ଉପଲବ୍ଧ ରହିବା ଦ୍ୱାରା ଶିକ୍ଷା ବ୍ୟବସ୍ଥା ଉପରେ କ’ଣ ପ୍ରଭାବ ପଡ଼ୁଥିବ ତାହା ଜଣାପଡ଼ୁଛି।

- Advertisement -

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୋରାପୁଟରେ ଅବସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ୭୦ଜଣ ଠିକା ଅଧ୍ୟାପକ ଏବଂ ଅତିଥି ଅଧ୍ୟାପକ ଚଳାଉଛନ୍ତି। ଯଦି ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନରେ ଏଭଳି ସ୍ଥିତି ରହିବ ଦେଶରେ ନୂତନ ଶିକ୍ଷାନୀତି ଲକ୍ଷ୍ୟପୂରଣ କିଭଳି ସମ୍ଭବ ହେବ ବୋଲି ସାଂସଦ ସୁଜିତ କୁମାର ପ୍ରଶ୍ନ କରିଥିଲେ। ତେଣୁ ବିଶ୍ୱବିଦ୍ୟାଳୟ କୁଳପତି, ଅଧ୍ୟାପକ ଓ ପ୍ରାଧ୍ୟାପକ ପଦରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ସେ ଦାବି କରିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories