ବଣେଇ : ବଣେଇ ଉପଖଣ୍ଡ ଲହୁଣୀପଡା ଥାନା ଅର୍ନ୍ତଗତ ବରସୁଆଁ ଗ୍ରାମର ସୀତାରାମ ପ୍ରସାଦଙ୍କ ଘରୁ ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ସୀତାରାମ ପ୍ରସାଦଙ୍କ ଘରେ କାମ କରୁଥିବା ଜଣେ ଶ୍ରମିକ ଦିନ ୩ଟାରେ ଘର ସଫା କରୁଥିବା ସମୟରେ ଏହି ବିରାଟ ସାପକୁ ଦେଖି ଡରିଯାଇଥିଲେ। ହଠାତ ସେ ଚିତ୍କାର କରି ଲୋକମାନଙ୍କୁ ଡାକିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟବାସୀ ବନବିଭାଗକୁ ଖବର ଦେଇଥିଲେ। କିଛି ସମୟପରେ ଏକ ସାପଧରାଳୀ ସାପଟିକୁ ଉଦ୍ଧାର କରିଥିଲେ। ସାପଟିର ଲମ୍ବ ୧୪ଫୁଟ ହୋଇଥିବାବେଳେ ଓଜନ ୨୫ କିଲୋଗ୍ରାମ ରହିଛି।
Popular Categories



