www.samajalive.in
Sunday, December 14, 2025
15.1 C
Bhubaneswar

ସଙ୍ଗୀତ ପ୍ରତି ସମର୍ପିତ-ଭିନ୍ନ ଜଣେ କଣ୍ଠଶିଳ୍ପୀ ନାଗଭୂଷଣ

ରାମନାଗୁଡା: ମନ ଭିତରେ ଅନେକ ଇଛା। ଗୀତଗାଇ ଭଲ କଣ୍ଠଶିଳ୍ପୀ ଟିଏ ହୋଇ ଶ୍ରୋତାଙ୍କୁ ଆକୃଷ୍ଟ କରିବା ଓ ଦୁଖୀ ମନକୁ ଦୁଃଖ ଲାଘବ ସହ ନିଜ ଜୀବନକୁ ସମର୍ପିତ କରିଛନ୍ତି। ଭିନ୍ନ ଏକ ପ୍ରୟାସରେ ନାଗ ଭୂଷଣ ନିମାଲା ଏବେ ଲୋକପ୍ରିୟ କଣ୍ଠଶିଳ୍ପୀ ଏବଂ ସଙ୍ଗୀତ ପରିବେଷଣ କରି ଶ୍ରୋତଙ୍କୁ ମନ୍ତ୍ରମୁଗ୍ଧ କରିବା ହେଉଛି ତାଙ୍କର ଲକ୍ଷ୍ୟ। ସଙ୍ଗିତ ପ୍ରତି ସମର୍ପିତ କରିଥିବା ନାଗ ଭୂଷଣଙ୍କ ଜନ୍ମ ରାୟଗଡା ଜିଲାର ରାମନାଗୁଡା ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ଏକ ପଲ୍ଲୀ ଗାଁ ସୁଲୁଡ଼ିରେ। ବୟସ ୨୨ ବର୍ଷ। ସମୟ ମିଳିଲେ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରନ୍ତି। ଏହି ଉଦୀୟମାନ କଣ୍ଠଶିଳ୍ପୀ ନାଗ ଭୂଷଣଙ୍କ ଜୀବନ ଦାରିଦ୍ର୍ୟର କଷାଘାତରେ କଟୁଛି। ଟିଭି, ୟୁଟୁବୁ, ଏବଂ ମୋବାଇଲ ମାଧ୍ୟମରେ ଗୀତ ଶୁଣି ସୁର ଲୟ ତାଳ ସହିତ ସ୍ୱର ମିଳାଇ ଗୀତ ଗାଇବା ଅଭ୍ୟାସ କରୁଛନ୍ତି ସେ। ମାଆ ଓ ବାପା ଉଭୟ ଦିନମଜୁରିଆ। ଜୀବନ ଅଛି ତ ଜୀବିକା ଅଛି, ଜମି ଅଛି କିନ୍ତୁ ସମୁଦ୍ରକୁ ଶଙ୍ଖେ ସଦୃଶ। ନିଜ ଜମିରେ ଯାହା ଅମଳ ହୁଏ ତାହା ପେଟ ପୋଷିବା ପାଇଁ ନିଅଣ୍ଟ। ଏମିତି ମଝିରେ ମଝିରେ ବାହାରେ ମଜୁରୀ କରି ଗୁଜୁରାଣ ମେଣ୍ଟାନ୍ତି ପରିବାର ।

ଚିତ୍ର ଆଙ୍କିବା, ଡ୍ୟାନ୍ସ ଶିଖେଇବା ଓ ଗୀତ ଗାଇବା ପାଇଁ ସବୁବେଳେ ଆତ୍ମବିଭର ନାଗ ଭୂଷଣ। ଗୋଟିଏ କଥା କହିବାକୁ ଗଲେ ସ୍ଥାନୀୟ ଅଞ୍ଚଳରେ ସର୍ବଗୁଣା କଳାକାର ଭାବେ ପରିଚିତ ସେ। ଓଡ଼ିଆ ,ତେଲୁଗୁ, ହିନ୍ଦୀ ଭଳି ସଙ୍ଗୀତ ଗୁଡିଏ ଗାଇ ଲୋକଙ୍କ ମନରେ ଶ୍ରଦ୍ଧା ଭରି ଦେଇଥାନ୍ତି। ଗୀତ ଗାଇ ଲୋକଙ୍କ ହୃଦୟ ଜିଣିବା ପାଇଁ ସବୁ ବେଳେ ଚେଷ୍ଟ କରନ୍ତି ନାଗ ଭୂଷଣ ନିମାଲା। ଗତ ବର୍ଷ ଡିସେମ୍ବର ମାସରେ ଜି ସାର୍ଥକ ଭଳି ମନରଞ୍ଜନ ଭିତ୍ତିକ ଚ୍ୟାନେଲର ସାରେଗାମାପା କାର୍ଯ୍ୟକ୍ରମରେ ଭାଗ ନେଇ ଶ୍ରେଷ୍ଠ ୨୦ ମଧ୍ୟରେ ସ୍ଥାନ ପାଇତିଲେ। କିନ୍ତୁ ସେତିକି ରେ ହାର ମାନି ନଥିଲେ ନାଗ ଭୂଷଣ ପୁଣି ନିଜ ଉଦ୍ୟମରେ ନିକଟରେ ମଞ୍ଜରୀ ଚ୍ୟାନେଲରେ ଗୀତ ନିଜ କଳାକୁ ପ୍ରତିପାଦନ କରିବାର ସୁଯୋଗ ପାଇଛନ୍ତି। ଅନେକ ଆଧୁନିକ, ତେଲୁଗୁ ଗୀତ ,ହିନ୍ଦୀ ଗୀତ ଗାଇବା ସହିତ ନିଜେ ସମୟ ଭିତିକ କାର୍ଯ୍ୟରେ ରହି ରାୟଗଡା ଜିଲା ଜେକେ ପୁର ଠାରେ ରହି କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିଛନ୍ତି। ଅର୍ଣ୍ଣପୂର୍ଣା ନିମାଲା ଓ ଈଶ୍ୱର ନିମାଲାଙ୍କ ସାନପୁଅ ହେଉଛନ୍ତି ନାଗ ଭୂଷଣ ନିମାଲା। ତାଙ୍କୁ ଗାଁରେ ଖୁସିରେ କେହି କେହି ଅଜିତ ଡାକନ୍ତି। ପରିବାର କହିଲେ ଦୁଇ ଭାଇ ଗୋଟିଏ ଭଉଣୀ। ନାଗଭୂଷଣ ସଙ୍ଗିତ ପ୍ରତି ସମର୍ପିତ। ସରକାରୀ ସହାୟତା ମିଳିଲେ ଆଗକୁ ଆହୁରି ଭଲ ସଙ୍ଗୀତ ପରିବେଷଣ କରି ଶ୍ରେଷ୍ଠ ସଙ୍ଗୀତଜ୍ଞ ହେବାକୁ ଲକ୍ଷ୍ୟ ରଖିଛନ୍ତି ନାଗଭୂଷଣ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories