www.samajalive.in
Monday, December 8, 2025
27.1 C
Bhubaneswar

ଶିକ୍ଷା କ୍ଷେତ୍ର ପାଇଁ ଏକ କଠିନ ସମୟ ସୃଷ୍ଟି କରିଛି କୋଭିଡ୍‌-୧୯

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ କୋଭିଡ୍‌-୧୯ ଶିକ୍ଷା କ୍ଷେତ୍ର ପାଇଁ ଏକ କଠିନ ସମୟ ସୃଷ୍ଟି କରିଛି ଏବଂ ଏହି ଆହ୍ୱାନଗୁଡ଼ିକୁ ଯଥା ସମ୍ଭବ ସମାଧାନ କରାଯିବ। ଶିକ୍ଷାଦାନର ପୁନରାରମ୍ଭ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ଏବଂ ଶିକ୍ଷଣ ପ୍ରକ୍ରିୟାରେ ଥିବା ବ୍ୟବଧାନକୁ ଦୂର କରିବା ଉପରେ ଆମେ ପ୍ରଧାନତଃ ଗୁରୁତ୍ୱାରୋପ କରିଛୁ ବୋଲି ପ୍ରମୁଖ ଶାସନ ସଚିବ କହିଛନ୍ତି।

ରାଜ୍ୟରେ ଚଳିତ ଫେବୃଆରୀ ୭ ତାରିଖଠାରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ନିମନ୍ତେ ବିଦ୍ୟାଳୟ ଖୋଲିବା ସହ ଅଫ୍‌ଲାଇନ୍‌/ଅନ୍‌ଲାଇନ୍‌/ହାଇବି୍ରଡ୍‌ ମୋଡ୍‌ରେ ଶିକ୍ଷାଦାନ କରାଯାଉଛି। ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାବଦରେ ଛାତ୍ର, ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍‌ ଏବଂ ବିଶେଷଜ୍ଞମାନଙ୍କ ସହ ବିସ୍ତୃତ ଆଲୋଚନାପୂର୍ବକ ଏହି ଅଂଶୀଦାରମାନଙ୍କ ମତାମତ ଆଧାରରେ ପରୀକ୍ଷା ପରିଚାଳନା ଏବଂ ମୂଲ୍ୟାଙ୍କନ ନିମନ୍ତେ ଉପଯୁକ୍ତ ପ୍ରସ୍ତାବ ଗ୍ରହଣ କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଅଧ୍ୟକ୍ଷ ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଆଲୋଚନା ନେଇ ସବିଶେଷ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories