www.samajalive.in
Monday, December 8, 2025
27.1 C
Bhubaneswar

ନିର୍ବାଚନୀ ଖର୍ଚ୍ଚ ପ୍ରଦାନ ନେଇ ବୈଠକ ଅନୁଷ୍ଠିତ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାମନାଗୁଡା ବ୍ଲକ ପଞ୍ଚାୟତ ସମିତି କାର୍ୟ୍ୟାଳୟ ସଭାଗୃହଠାରେ ଆଜି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଏବଂ ଓ୍ବାର୍ଡମାନଙ୍କରେ ସରପଞ୍ଚ, ସମିତିସଭ୍ୟ, ଓ୍ବାର୍ଡ ସଭ୍ୟମାନଙ୍କର ନାମାଙ୍କନ ପତ୍ର ଦାଖଲ ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାର୍ଥୀମାନେ କେଉଁ ବାବଦରେ କେତେ ଖର୍ଚ୍ଚ କରିଛନ୍ତି ନିର୍ବାଚନ ପ୍ରଚାର ଖର୍ଚ୍ଚ ହିସାବ ପ୍ରଦାନ କରିବା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାମନାଗଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର, ଖର୍ଚ୍ଚ ତଦାରଖ ପର୍ୟ୍ୟବେକ୍ଷକ ମନୋରଞ୍ଜନ ମହାପାତ୍ର, ଏକ୍ସପର୍ଟ ନରେନ୍ଦ୍ର ନାରାୟଣ ସେଠୀ, ସହଯୋଗୀ ବିରଞ୍ଚି ରଥ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ସରପଞ୍ଚ ୨୮ଜଣ,ସମିତିସଭ୍ୟ ୧୮ଜଣ ଯୋଗ ଦେଇଥିଲେ। ଏଥିସହିତ ଅନୁପସ୍ଥିତ ଥିବା ସରପଞ୍ଚ ଓ ସମିତିସଭ୍ୟ ଏବଂ ଆଜିର ତଦାରଖ ବୈଠକରେ ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ଯାଞ୍ଚ ୧୫ତାରିଖ କରାଯିବ ବୋଲି ଶ୍ରୀ ଶବର ସୂଚନା ଦେଇଛନ୍ତି। ଦ୍ବିତୀୟ ପର୍ୟ୍ୟାୟରେ ନିର୍ବାଚନ ପ୍ରଚାର ହିସାବ ଚଳିତ ମାସ ୧୫ତାରିଖ ଦିନ ଏକ ବୈଠକ କରାଯାଇ ସମସ୍ତ ହିସାବର ତଦାରଖ କରାଯିବ।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories