www.samajalive.in
Monday, December 8, 2025
14.1 C
Bhubaneswar

ପଦ୍ମ ଧରିଲେ ଖଲି

ନୂଆଦିଲ୍ଲୀ: ବିଖ୍ୟାତ ମଲ୍ଲଯୋଦ୍ଧା ଖଲି ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି। ସେ ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟକୁ ଆସି ଦଳ​‌ରେ ସାମିଲ ହୋଇଛନ୍ତି। ଖଲି ହିମାଚଳପ୍ରଦେଶର ବାସିନ୍ଦା। ତାଙ୍କ ପ୍ରକୃତ ନାମ ଦଲୀପ ସିଂ ରାଣା। ଡବ୍ଲ୍ୟୁଡବ୍ଲ୍ୟୁଇ ଦୁନିଆରେ ସେ ଦି ଗ୍ରେଟ୍‌ ଖଲି ନାଁରେ ପରିଚିତ। ବିଜେପିରେ ଯୋଗଦେବା ପରେ ଖଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି।

ଦଳରେ ଯୋଗଦେଇ ସେ କହିଛନ୍ତି, ବିଜେପିରେ ସାମିଲ ହୋଇ ମୋତେ ବହୁତ ଭଲ ଲାଗୁଛି। ହୁଏତ ଏପରି କୌଣସି ଦେଶ ନାହିଁ, ଯେଉଁଠି ମୁଁ କୁସ୍ତି ଖେଳିନାହିଁ। ଟଙ୍କା ରୋଜଗାର କରିବାର ଥିଲେ ମୁଁ ଆମେରିକାରେ ରହିଥାଆନ୍ତି। କିନ୍ତୁ ମୁଁ ଭାରତ ଆସିଲି। କାରଣ ଦେଶ ପ୍ରତି ମୋର ଭଲପାଇବା ଅଛି। ମୁଁ ଦେଖିଲି ଯେ, ମୋଦୀଙ୍କ ରୂପରେ ଦେଶ ଉପଯୁକ୍ତ ପ୍ରଧାନମନ୍ତ୍ରୀ ପାଇଛି। ମୋଦୀ ଏବଂ ବିଜେପିର ଆଦର୍ଶ ଦ୍ୱାରା ସେ ପ୍ରଭାବିତ ହୋଇଛନ୍ତି ବୋଲି କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories