www.samajalive.in
Monday, December 8, 2025
24.1 C
Bhubaneswar

ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ହେଲେ ନିଯୁକ୍ତି ସୁଯୋଗ ପାଇବା ସହଜ ହେବ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଉତ୍କଳ ଏଣ୍ଟରପ୍ରିନରସିପ୍ ଆଣ୍ଡ କ୍ୟାରିଅର ହବ୍ ପକ୍ଷରୁ ‘ନିଯୁକ୍ତି ଓ ସୁକ୍ଷ୍ମ ଦକ୍ଷତା’(ଇଏସଏସ) ଶୀର୍ଷକ ୱେବନେୟାର ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ଯୋଗଦେଇ କହିଥିଲେ ଯେ ଉଚ୍ଚଶିକ୍ଷା ଶିକ୍ଷାନୁଷ୍ଠାନରେ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ ପାଇଁ ଛାତ୍ରଛାତ୍ରୀମାନଙ୍କର ସୁକ୍ଷ୍ମ ଦକ୍ଷତା ବିକାଶ କରାଯିବା ଉପରେ ବିଶ୍ୱବିଦ୍ୟାଳୟ ଆୟୋଗ (ୟୁଜିସି) ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ହୋଇପାରିଲେ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ପାଇବା ସହଜ ହୋଇପାରିବ। ତେଣୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହିତ ଦକ୍ଷତା ବିକାଶ କରାଯିବା ଉଚିତ। ‘ନିଯୁକ୍ତି ଓ ସୁକ୍ଷ୍ମ ଦକ୍ଷତା’କାର୍ୟ୍ୟକ୍ରମ ସେମାନଙ୍କର ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ବେଶ ସହାୟକ ହେବ ବୋଲି କୁଳପତି ପ୍ରକାଶ କରିଥିଲେ।

 

- Advertisement -

ଏହି ଅବସରରେ ଆଇଏମ୍ଏଫଏ ଭାରପ୍ରାପ୍ତ ଅଧିକାରୀ ଡ.ଅଜିତ କୁମାର ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବା ସହ ନିଯୁକ୍ତି କ୍ଷେତ୍ରରେ କିଭଳି ସଫଳତା ମିଳିପାରିବ ଏବଂ ଏଥିପାଇଁ ସେମାନେ କେମିତି ପ୍ରସ୍ତୁତ ହେବା ଦରକାର ସେଥିନେଇ ବିଭିନ୍ନ ପରାମର୍ଶ ଦେଇଥିଲେ। ପ୍ରଫେସର ବି.ବି. ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଉତ୍କଳ ଏଣ୍ଟରପ୍ରିନରସିପ୍ ଆଣ୍ଡ କ୍ୟାରିଅର ହବ୍ ନିର୍ଦେଶକ ପ୍ରଫେସର ଏ.ଏ. ଖାନ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories