www.samajalive.in
Monday, December 8, 2025
27.1 C
Bhubaneswar

ଅଲିଭ ରିଡ଼ଲେଙ୍କ ସୁରକ୍ଷାକୁ ନେଇ ବେଳାଭୁମିରେ ପ୍ଲାଷ୍ଟିକ ବାଡ଼ ବାନ୍ଧିଲା ବନବିଭାଗ

ଗଞ୍ଜାମ: ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ବେଳାଭୂମିରେ ବିରଳ ଅଲିଭ ରିଡେଲ ସାମୁଦ୍ରିକ କଇଁଛ ଗଣ ଅଣ୍ଡା ଦାନ ପ୍ରକ୍ରିୟା ସମୟରେ ବନ୍ୟଜନ୍ତୁଙ୍କ କବଳରୁ ସୁରକ୍ଷା ପ୍ରଦାନପାଇଁ ବନ ବିଭାଗ ପକ୍ଷରୁ ପ୍ଲାଷ୍ଟିକ ବାଡ଼ କରାଯାଇଥିବା ଦେଖିବାକୁ ମିଳିଛି। ସୂଚନା ଯୋଗ୍ୟ ଯେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୁଆଁ ପୋଡମପେଟା ଗ୍ରାମ ନିକଟରୁ ବଟେଶ୍ୱର ଶୈବପୀଠ ବେଳାଭୁମି ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ପ୍ଲାଷ୍ଟିକ ବାଡ଼ ବନ୍ଧା ଯାଇଥିବା ବେଳେ ରାମଗଡ଼ ପାଞ୍ଚାୟତର ସିଦ୍ଧାନ୍ତ ନଗର ପର୍ୟ୍ୟନ୍ତ ଆହୁରି ଦେଢ଼ କିଲୋମିଟର ପଯ୍ୟନ୍ତ ବାଡ଼ ବେଢ଼ା ହେବାର କାର୍ଯ୍ୟକ୍ରମ ରହିଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ଥାଉକି ଗତ ୫ତାରିଖରେ ରାତିରେ ୫ ଶହରୁ ଅଧିକ ସାମୁଦ୍ରିକ କଇଁଛ ଅଣ୍ଡାଦାନ କରିବାକୁ ବେଳାଭୁମି ଉପରକୁ ଉଠି ଆସିଥିଲେ। ଖବର ପାଇ ଡିଏଫଓ ଅମ୍ଳାନ କୁମାର ନାୟକ ଓ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ବେଳାଭୂମିରେ ପହଞ୍ଚି ଅନୁଧ୍ୟାନ କରିଥିଲେ।

 

- Advertisement -

ମୁହାଁଣର ଉତ୍ତର ଦିଗରେ ପୋଡ଼ମପେଟା ଗ୍ରାମ ଠାରୁ ସିଦ୍ଧାନ୍ତ ନଗର ମଧ୍ୟରେ ଅଲିଭ ରିଡ଼ଲେ କଇଁଛ ଅଣ୍ଡାଦେଇଥିବା ଦେଖିବାକୁ ମିଳିଥିଲା। ଡିଏଫଓଙ୍କ ନିର୍ଦେଶକ୍ରମେ ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀଙ୍କ ତତ୍ତ୍ବାବଧାନରେ ବନ ବିଭାଗ କର୍ମଚାରୀ ମାନେ ୨ମିଟର ଉଚ୍ଚତା ବିଶିଷ୍ଟ ପ୍ଲାଷ୍ଟିକ ବାଡ଼ ବେଢ଼ାଇଛନ୍ତି। ବି.କ୍ରୀଷ୍ଣା ରାଓ, କୃଷ୍ଣ ଚନ୍ଦ୍ର ବେହେରା, କେ.ଦିନେଶ, ଦୀନବନ୍ଧୁ ବେହେରା, ପ୍ରସାଦ କୁମାର ବେହେରା, ପି.ସୋମନାଥ ରାଓ, ଆଶୀର୍ବାଦ ତରାଇ, ଜି.କ୍ରିଷ୍ଣା, ଡ଼ବ୍ଲ୍ୟୁ.କେଦାରୀ, ରାଜେଶ କୁମାର ବେହେରା ପ୍ରମୁଖ ବନ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ସୂଚନା ମିଳିଛି।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories