www.samajalive.in
Monday, December 8, 2025
27.1 C
Bhubaneswar

ବୋମା ଫୁଟି ଗାଈ ଗୁରୁତର

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଅଧିନ କରବର ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ବୋମା ବିସ୍ଫୋରଣରେ ଗୋଟିଏ ଗୁରୁତର ଭାବେ ଆହତ ହୋଇଛି। ପ୍ରତିଦିନ ପରି ଗାଈ ଗୋଠରେ ସିଦ୍ଧେଶ୍ବର ନନ୍ଦଙ୍କର ଗାଈ ଗହିରକୁ ଚରିବାକୁ ଯାଇଥାଏ। ହେଲେ ୧୨.୩୦ ମିନିଟ ସମୟରେ ସ୍ଥାନୀୟ ଗ୍ରାମ ନିକଟବର୍ତ୍ତୀ ଶୁଖୁଆଖଳା ଗ୍ରାମର ଜୋର ନିକଟରେ ଗାଈଟି ଚରୁଥିବା ସମୟରେ ଏକ ବୋମା ବିସ୍ଫୋରଣ ଘଟିଥିଲା। ପ୍ରଭାବରେ ଗାଈର ସମ୍ମୁଖ ଭାଗରେ ଗୁରୁତର କ୍ଷତ ହୋଇଥିଲା। ସ୍ଥାନୀୟ ଲୋକମାନେ ଗାଈଟିକୁ ଗ୍ରାମକୁ ଆଣି ବନବିଭାଗ ଓ ପ୍ରାଣୀଚିକିତ୍ସା ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଉଭୟ ବିଭାଗ ପହଞ୍ଚି ଗୁରୁତର ଥିବା ଗାଈକୁ ପ୍ରାଥମିକ ଚିକିତ୍ସା ଯୋଗାଇଛନ୍ତି। ଖବର ପାଇ କୁଶପଙ୍ଗୀ ଗ୍ରାମର ସମାଜସେବୀ ଅଜୟ କୁମାର ସ୍ୱାଇଁ ସ୍ୱେଚ୍ଛାକୃତ ଭାବରେ ଗାଈଟିକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭୁବନେଶ୍ୱର ନେଇଛନ୍ତି। ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ସ୍ୱରୂପରଂଜନ ମହାପାତ୍ରଙ୍କୁ ପଚାରିବାରୁ ଗାଈଟି ବହୁ ଗୁରୁତର ଥିବା କହିଛନ୍ତି।

ପ୍ରାପ୍ତ ଖବର ଅନୁଯାୟୀ, ଏହି ଅଂଚଳରେ ଦୀର୍ଘ ଦିନ ଧରି ବାରହାଙ୍କ ଉପଦ୍ରବ ବଢି ଯାଇଥିବାରୁ କୌଣସି ଅସାଧୁ ବ୍ୟକ୍ତି ବାର୍‍ହାଙ୍କୁ ଘଉଡାଇବା ହେଉ ଅବା ବାର୍‍ହା ଶିକାର କରିବା ଉଦ୍ଦେଶ୍ୟରେ ହାତ ତିଆରି ବୋମାକୁ ଜୋର ଅଂଚଳରେ ରଖିଥିଲା। ଗାଈଟି ଚରିବା ଅବସ୍ଥାରେ ବୋମାଟିକୁ ଛୁଁଇବା ଯୋଗୁ ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି। ଏଭଳି ଘଟଣାରେ ସ୍ଥାନୀୟ ଲୋକେ ଭୟଭୀତ ହେବା ସହ ନଦୀ ପନ୍ତାଳ, ଜୋର ଅଂଚଳ ଏବଂ ଖୋଲା ପଡିଆକୁ ଗାଈ ଚରାଇବା ପାଇଁ ଭୟଭୀତ ହୋଇଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories