www.samajalive.in
Tuesday, December 9, 2025
16.1 C
Bhubaneswar

ଲତାଙ୍କ ସ୍ମୃତିରେ ଜାରି ହେବ ଡ଼ାକ ଟିକଟ

ନୂଆଦିଲ୍ଲୀ : ସୁର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ସମ୍ମାନାର୍ଥେ ଏକ ଡାକଟିକଟ ଜାରି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ଡାକ ଟିକଟ ଜାରି ଦ୍ବାରା ଭାରତର କୋକିଳ ଲତାଙ୍କ ପ୍ରତି ଉପଯୁକ୍ତ ସମ୍ମାନ ହେବ। ଲତାଙ୍କ ଉଦ୍ଦେଶ୍ୟରେ ଯେଉଁ ଡାକ ଟିକଟ ଜାରି କରାଯିବ ତାହା ଏକ ସ୍ମାରକୀ ଡାକ ଟିକଟ ହେବ। ପ୍ରମୁଖ ବ୍ୟକ୍ତି ବିଶେଷ, ଗୁରୁତ୍ବପୂର୍ଣ୍ଣ ଘଟଣା ଆଜି କ୍ଷେତ୍ରରେ ସ୍ମାରକୀ ଡାକ ଟିକଟ ଜାରି କରାଯାଇଥାଏ। କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କର ରବିବାର ୯୨ବର୍ଷରେ ପରଲୋକ ହୋଇଛି।
ଡାକ୍ତରଙ୍କ ଝିଅ ସହ ବନ୍ଧୁତା କରିଥିଲେ ଲତା
 ସୁର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକରେ ସମଗ୍ର ଦେଶ ଦୁଃଖରେ ମିୟମାଣ। ଗତ ମାସରେ ଲତା ପ୍ରଥମେ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ଜାନୁଆରୀ ୨୮ରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। ଫଳରେ ତାଙ୍କୁ ଆଇସିୟୁରୁ ବାହାର କରାଯାଇଥିଲା। ମାତ୍ର ରବିବାର ତାଙ୍କ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଚଳ ହେବା ସହ ପରଲୋକ ହୋଇଥିଲା। ମୃତ୍ୟୁ ପୂର୍ବରୁ ମାସାଧିକ କାଳ ଡାକ୍ତରଖାନାରେ ରହିବା ସମୟରେ ଲତାଙ୍କର ଜଣେ ଡାକ୍ତରଙ୍କ ଝିଅ ସହିତ ବନ୍ଧୁତା ସୃଷ୍ଟି ହୋଇଥିଲା। ବ୍ରିଚ୍‌କାଣ୍ଡି ହସ୍ପିଟାଲର ଇଣ୍ଟରନାଲ ମେଡିସିନର ଡାକ୍ତର ପ୍ରତିତ୍‌ ସାମଦାନି କହିଛନ୍ତି ଯେ ଲତା ତାଙ୍କର ୮ବର୍ଷର ଝିଅ ସହିତ ବନ୍ଧୁ ହୋଇଥିଲେ। ଉଭୟ ଆଭାସି ମାଧ୍ୟମରେ ପରସ୍ପରକୁ ଭେଟୁଥିଲେ। ଲତାଙ୍କ ମୃତ୍ୟୁରେ ତାଙ୍କ ଝିଅ ଅତ୍ୟନ୍ତ ଦୁଃଖିତ ଥିବା ଡାକ୍ତର ସାମଦାନି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories