www.samajalive.in
Sunday, December 7, 2025
16.1 C
Bhubaneswar

ଚୀନ୍‌ରେ କାଶ୍ଜୀର ପ୍ରସଙ୍ଗ ଉଠାଇଲେ ଇମ୍ରାନ୍‌

ବେଜିଙ୍ଗ : ଚାରିଦିନିଆ ଚୀନ୍‌ ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗକୁ ଭେଟି ଦ୍ବିପାକ୍ଷିକ ଆଲୋଚନା ଭିତରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଜମ୍ମୁ ଓ କାଶ୍ମୀର ଉପରେ ଥିବା କ୍ରୋଧକୁ ପୁଣି ଥରେ ଦୋହରାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଏହି ଆାଲୋଚନାରେ ଚୀନ୍ କହିଛି ଯେ, ଜମ୍ମୁ-କାଶ୍ମୀରକୁ ନେଇ ବିଦ୍ରୋହ ନୁ​‌ହେଁ; ବରଂ ଶାନ୍ତିପୂର୍ଣ୍ଣ ଭାବରେ ଆଲୋଚନା କରିବା ଦରକାର ଓ ଜଟିଳ ପରିସ୍ଥିତି ସୃଷ୍ଟି କରୁଥିବା ଏକପାକ୍ଷିକ କାର୍ଯ୍ୟକୁ ଚୀନ୍‌ ବିରୋଧ କରେ।
ଭାରତ ଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇନାହିଁ। ଭାରତ ସର୍ବଦା କହିଆସିଛି ଯେ, ତଥାପି ଚୀନ୍ ଓ ପାକିସ୍ତାନ ଜାଣିରଖିବା ଉଚିତ୍ ଯେ, କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀର ଭାରତର ଏକ ଅଭିନ୍ନ ଓ ଅବିଭାଜ୍ୟ ଅଂଶ ଅଟେ। ଇମ୍ରାନ୍‌ ଶେଷଦିନ ସି ଜିନପିଙ୍ଗଙ୍କ ସହିତ ବୈଠକ କରିଥିଲେ। ​‌ଇମ୍ରାନ୍‌
ଚୀନ୍-ପାକିସ୍ତାନ ମଧ୍ୟରେ ଥିବା ଅର୍ଥନୈତିକ ସମ୍ପର୍କ ମନ୍ଥର ଗତିରେ ଚାଲୁଥିବା କଥା କହିବା ସହିତ ବିଭିନ୍ନ ପ୍ରକଳ୍ପ​‌ରେ କାର୍ଯ୍ୟ କରୁଥିବା​‌ ଚୀନ ଶ୍ରମିକଙ୍କ ଉପରେ ପାକିସ୍ତାନୀ ଶ୍ରମିକଙ୍କ ନିର୍ଯାତନାକୁ ନେଇ ଆଲୋଚନା​‌ କରିଥିଲେ।
ଉଭୟ ଦେଶର ବୈଠକ ଆନ୍ତଃ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିବାବେଳେ ଇମ୍ରାନ୍‌ ପୁଣିଥରେ ଜମ୍ମୁ ଓ କାଶ୍ମୀରର ବର୍ତ୍ତମାନର ସ୍ଥିତିକୁ ନେଇ ପ୍ରସଙ୍ଗ ଉଠାଇଥିଲେ। ସେ ଏହାକୁ ଏକ ବିଶ୍ବସ୍ତରୀୟ ଆଲୋଚନା କହି ବାହାନା କରିଥିଲେ। ଚୀନ୍ କହିଛି ଯେ, କଶ୍ମୀର ଏକ ବିବାଦୀୟ ପ୍ରସଙ୍ଗ ଏବଂ ଏହାକୁ ନେଇ ଦ୍ବିପାକ୍ଷିକ ଚୁକ୍ତିନାମା ଆଧାରରେ ମିଳିତ ଜାତିସଙ୍ଘରେ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ହେବା ଉଚିତ୍। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚୀନ୍ ପାକିସ୍ତାନକୁ ସାର୍ବଭୌମ,ନିରପେକ୍ଷ ଏବଂ ଜାତୀୟ ସ୍ବାର୍ଥ ନିମନ୍ତେ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ରହିଥିବା ଜଣାପଡିଛି। ତେବେ ଯଦି କଶ୍ମୀର କଥା ଉଠେ, ତାହେଲେ ଏହାକୁ ଶାନ୍ତିପୂର୍ଣ୍ଣ ଭାବରେ ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ଚୀନ୍ ସ୍ପଷ୍ଟ କରିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories