www.samajalive.in
Sunday, December 7, 2025
15.1 C
Bhubaneswar

ଶ୍ରମିକନେତା ଯୋଗେନ୍ଦ୍ର ତ୍ରିପାଠୀଙ୍କ ବିୟୋଗରେ ହିନ୍ଦ୍ ମଜଦୁର ସଭା ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର : ସମାଜବାଦୀ ନେତା, ରାଜ୍ୟର ଶ୍ରମିକ ଆନ୍ଦୋଳନର ପୁରୋଧା, ହିନ୍ଦ୍ ମଜଦୁର ସଭା ଓ କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଯେଗେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗରେ ହିନ୍ଦ୍ ମଜଦୁର ସଭା ଓଡ଼ିଶା ଶାଖା କାର୍ଯ୍ୟାଳୟ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ଏଚଏମଏସ ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ନବକିଶୋର ମଲ୍ଲିକ, ମହିଳା ନେତ୍ରୀ ଲକ୍ଷ୍ମୀ ମହାନ୍ତି, ସଂଯୁକ୍ତା ମହଲ, ବି.ଏନ. ମହାପାତ୍ର, ରାଜେନ୍ଦ୍ର ଦାସ, ଆଡ଼ଭୋକେଟ ଯୁଗଳ ନାୟକ, ଏଚ.ଏମ.ଏସ ମିଡ଼ିଆ ସେଲର ସଂଯୋଜକ ମନୋଜ ବାରିକଙ୍କ ସମେତ ଆଠଗଡ଼, ସମ୍ବଲପୁର, ଖୋର୍ଦ୍ଧା, ଢେଙ୍କାନାଳ, କଟକ ଆଦି ଅଞ୍ଚଳରୁ ଶତାଧିକ ଶ୍ରମିକ କର୍ମୀ, ନେତୃବୃନ୍ଦ ଯୋଗଦେଇ ସ୍ୱର୍ଗତ ତ୍ରିପାଠୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ସ୍ୱର୍ଗତ ତ୍ରିପାଠୀ ଶ୍ରମିକମାନଙ୍କ ପାଇଁ ବିଶେଷକରି ଅଣ ସଂଗଠିତ, ନିର୍ମାଣ ଶ୍ରମିକମାନଙ୍କ ନିମନ୍ତେ ଯେଉଁ କାର୍ଯ୍ୟ କରିଯାଇଛନ୍ତି, ତାହା ଚିରଦିନ ପର୍ଯ୍ୟନ୍ତ ଅମର ରହିବ। ଦୀର୍ଘ ୨୫ ବର୍ଷ ଧରି ଏଚଏମଏସ୍ ସଂଗଠନ ରାଜ୍ୟ ଶାଖାର ସାଧାରଣ ସମ୍ପାଦକ ଭାବରେ ସେ ଶ୍ରମିକମାନଙ୍କ ନିମନ୍ତେ ଅନେକ କାର୍ଯ୍ୟ କରି ଯାଇଛନ୍ତି, ତାହା ସବୁଦିନ ପାଇଁ ଅମ୍ଲାନ ହୋଇ ରହିବ ବୋଲି ଉପସ୍ଥିତ ନେତୃବୃନ୍ଦ ପ୍ରକାଶ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories