www.samajalive.in
Sunday, December 7, 2025
15.1 C
Bhubaneswar

ବାରାବଙ୍କୀବାସୀ ଆତଙ୍କିତ ; ବିଦ୍ୟାଳୟ,କ୍ଷେତରେ ବୁଲୁଛି ବାଘ

ବାରାବଙ୍କୀ : ସ୍କୁଲରେ ବୁଲୁଛି ବାଘ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ବାରାବଙ୍କୀ ଜିଲାରେ ପ୍ରାୟ ଏକ ମାସ ହେବ ଚିତାବାଘ ଆତଙ୍କ ସୃଷ୍ଟି କରିଛି। ଖ୍ୱାଜାପୁର ଗାଁ ନିକଟରେ ସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ନିକଟରେ ସିସିଟିଭି କ୍ୟାମେରାରେ ଚିତାବାଘ ବିଦ୍ୟାଳୟ ପରିସରରେ ବୁଲୁଥିବାର ନଜର ଆସିଛି। ବନ ବିଭାଗ କର୍ମଚାରୀ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏହାସହ କ୍ଷେତକୁ ଏକା ନଯାଇ ଏକାଠି ହୋଇ ଯିବାକୁ କହିଛନ୍ତି।
ସୂଚନା ଯୋଗ୍ୟ, ଉତ୍ତରପ୍ରଦେଶର ବାରାବଙ୍କୀ ଜିଲାରେ ଏକ ମାସ ହେବ ଲୋନୀକଟରା କ୍ଷେତ୍ର ଖ୍ୱାଜାପୁର ଗାଁ ନିକଟରେ ଘରୋଇ ବିଦ୍ୟାଳୟ ବାଘ ବୁଲୁଛି। ବନ ବିଭାଗ ଅନୁଯାୟୀ, କ୍ୟାମେରାରେ ଦେଖାଯାଇଥିବା ଜନ୍ତୁ ବାଘ। ଏହି ଘଟଣା ଗ୍ରାମରେ ନିଆଁ ଭଳି ବ୍ୟାପି ଯାଇଛି। ଜଣେ ଗ୍ରାମବାସୀଙ୍କ କହିବାନୁଯାୟୀ, ଏକଦା କ୍ଷେତରେ ସେ କାମ କରିବା ସମୟରେ କିଛି ଭିନ୍ନ ଶବ୍ଦ ଶୁଣିଥିଲେ। ଏହାପରେ ବନ କର୍ମଚାରୀ ସିସିଟିଭିରେ ବାଘ ବୁଲୁଥିବାର ଦେଖିଥିଲେ। ଗୋମତୀ ନଦୀ କଡରେ ବିଦ୍ୟାଳୟ ଥିବାରୁ ବାଘ ସେଠାକୁ ପ୍ରବେଶ କରିଛି ବୋଲି ଅନୁମାନ କରାଯାଉଛି। ମାତ୍ର ଏଯାଏଁ ବାଘ ଆକ୍ରମଣରେ କାହାର କୌଣସି କ୍ଷତି ହୋଇ ନାହିଁ ବୋଲି ଖବର ମିଳିଛି। କୌଣସି ଅଘଟଣ ନ ଘଟିବା ପାଇଁ ଗ୍ରାମବାସୀଙ୍କୁ ଏକତ୍ରିତ ଯିବାକୁ ବନ ବିଭାଗ ପରାମର୍ଶ ଦେଇଥିବା ବେଳେ ଗ୍ରାମବାସୀଙ୍କ କହିବାନୁଯାୟୀ, ବାଘ ଗୋଟିଏ ନୁହେଁ ବରଂ ୨ଟି ରହିଛନ୍ତି। ବାଘମାନେ କ୍ଷେତରେ ବୁଲୁଥିବାର ଅଞ୍ଚଳବାସୀ ଦେଖିଛନ୍ତି। ଏହାସହ ବାଘ ଆକ୍ରମଣରେ ଅନେକ ଜଙ୍ଗଲୀ ଜନ୍ତୁ ଆହତ ହୋଇଛନ୍ତି। ବନ ବିଭାଗ ଖୁବ ଶୀଘ୍ର ବାଘକୁ ଧରିବ ବୋଲି କହିଛି। ବାଘ ପାଇଁ ଗ୍ରାମବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ନିଜର ଦୈନନ୍ଦିନ କାର୍ଯ୍ୟ କରିବାରେ ଅସୁବିଧା ଭୋଗ କରୁଛନ୍ତି। ଗ୍ରାମବାସୀଙ୍କୁ ସତର୍କ ରହିବା ସହ ଖୁବ ଶୀଘ୍ର ବାଘକୁ ଧରିବା ପାଇଁ ବିଭିନ୍ନ ପ୍ରୟାସ ସହ ଜାଲ ବିଛା ଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories