www.samajalive.in
Sunday, December 7, 2025
15.1 C
Bhubaneswar

କେନ୍ଦ୍ର ସରକାର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଖୁସି ଖବର । ୧୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ କେନ୍ଦ୍ର ସରକାର । କେନ୍ଦ୍ର ବଜେଟ୍‍ ୨୦୨୨ର ପରଦିନ ମୋଦି ସରକାର କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି । କୁହାଯାଉଛିକି କେନ୍ଦ୍ର ସରକାର କର୍ମଚାରୀଙ୍କ ଭତ୍ତା ୩ ପ୍ରତିଶତ ବୃଦ୍ଧି କରିବାର ଥିଲା । ହେଲେ ସରକାର ୧୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଯାହାକି ଆଶା କରାଯାଉଥିବା ଭତ୍ତା ଠାରୁ ପ୍ରାୟ ୫ ଗୁଣା ଅଧିକ । ଏନେଇ କେନ୍ଦ୍ର ସରକାରଙ୍କ କର୍ମଚାରୀ ମାନେ ଖୁବ୍‍ ଖୁସି ଅଛନ୍ତି । ସୂଚନା ଥାଉକି ଏହା ଦ୍ୱାରା କେବଳ ସେଣ୍ଟ୍ରାଲ୍ ପବ୍ଲିକ୍ ସେକ୍ଟର ଏଣ୍ଟରପ୍ରାଇଜେସ୍ (CPSEs)ର କର୍ମଚାରୀମାନେ ଲାଭ ପାଇବେ । ଗତ ଜାନୁଆରୀରେ କେନ୍ଦ୍ରୀୟ ପବ୍ଲିକ୍ ସେକ୍ଟର ଏଣ୍ଟରପ୍ରାଇଜେସ୍ କର୍ମଚାରୀଙ୍କ ଡିଏକୁ କେନ୍ଦ୍ର ସରକାର ସଂଶୋଧନ କରିଥିଲେ। ପୂର୍ବରୁ, କର୍ମଚାରୀମାନେ ୧୭୦.୫ ପ୍ରତିଶତ ହାରରେ ଭତ୍ତା ପାଇଥିଲେ, ଯାହା ବର୍ତ୍ତମାନ ୧୮୪.୧ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories