www.samajalive.in
Monday, December 8, 2025
14.1 C
Bhubaneswar

ମମତାଙ୍କୁ କୋର୍ଟ ନୋଟିସ୍‍, କରିଥିଲେ ଜାତୀୟ ସଂଗୀତକୁ ଅବମାନନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁମ୍ବାଇର ମାଜଗାଓଁ ମାଜିଷ୍ଟ୍ରେଟ କୋର୍ଟ ନୋଟିସ୍‍ କରିଛନ୍ତି । ଜାତୀୟ ସଂଗୀତକୁ ଅବମାନନା ଅଭିଯୋଗରେ ମମତାଙ୍କୁ ନୋଟିସ କରିଛନ୍ତି କୋର୍ଟ । ନୋଟିସରେ କୁହାଯାଛି ମାର୍ଚ୍ଚ ୨ ତାରିଖରେ ମାମଲାର ଶୁଣାଣି କରାଯିବ । ତେଣୁ ମମତା ବାନାର୍ଜୀ ୨ ତାରିଖ ଦିନ କୋର୍ଟରେ ଉପସ୍ଥିତ ରହିବାକୁ କୁହାଯାଇଛି । ୨୦୨୧ ଡିସେମ୍ବର ମାସ ୧ ତାରିଖରେ ମୁମ୍ବାଇରେ ମମତା ଜାତୀୟ ସଂଗୀତକୁ ଅବମାନନା କରିଥିବା ଅଭିଯୋଗ ହୋଇଛି । ଡିସେମ୍ବର ୧ ତାରିଖ ଦିନ ମୁମ୍ବାଇରେ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ସେହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟ ସଂଗୀତକୁ ଅବମାନନା କରିଛନ୍ତି ।

ଅଭିଯୋଗ ଅନୁଯାୟୀ ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ସେହି ସମୟରେ ମମତା ଛିିଡା ହେବା ପରିବର୍ତ୍ତେ ଚେୟାରରେ ବସି ରହିଥିଲେ । ପରେ କିଛି ସେକେଣ୍ଡ ପରେ ସେ ଛିଡା ହେବା ସହ ଜାତୀୟ ସଂଗୀତ ଗାଇବା ବନ୍ଦ କରି ସେଠାରୁ ଚାଲିଯାଇଥିଲେ । ପରେ ଏପରି ଏକ ଭିଡିଓ ସୋଶିଆଲ ମଡିିଆରେ ଭାଇରାଲ ହେବାର ଲାଗିଥିଲା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories