www.samajalive.in
Wednesday, December 10, 2025
26.1 C
Bhubaneswar

ଶୁଦ୍ଧକ୍ରିୟା ଘରକୁ ଯାଉଥିବା ବେଳେ ଦୁର୍ଘଟଣା : ୨ମୃତ,୧ ଗୁରୁତର

ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ର୪ାଜପଥ ର ଠାଲକୋଲୋଇ ଛକ ରେ ଆଜି ସନ୍ଧ୍ୟା ପ୍ରାୟ ସାଢେ ୫ଟାସମୟରେ ଏକ ସଡକ ଦୁର୍ଘଟଣା ଘଟି ଦୁଇ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ମହିଲା ଗୁରୁତର ଆହତ ହୋଇଛନ୍ତି। ଠେଲକୋଲୋଇ ପୁଳିସ ଘଟଣା ସ୍ଥଳକୁ ପହଞ୍ଚି ଗୁରୁତର ଆହତ ଥିବା ମହିଲା ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ରେ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଥିବାର ଜଣାଡିଛି। ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଦୁଇ ଯୁବ ବାଇକ୍ ଆରୋହୀଙ୍କ ମୃତ ଦେହର ପଞ୍ଚନାମା କଲା ପରେ ପୋଷ୍ଟମର୍ଟମ ପାଇଁ ପଠାଇ ଦୁର୍ଘଟଣା ର ତଦନ୍ତ ଜାରି ରହିଛି ବୋଲି ଆଇଆଇସି ବିଧୁଭୂଷଣ ମିଶ୍ର କହିଛନ୍ତି।

 

- Advertisement -

ପ୍ରାପ୍ତ ସୂଚନା ଅନୁଯାୟୀ ଶାସନ ଥନା ଅନ୍ତର୍ଗତ ମୁରା ଗ୍ରାମର ଟୁନା ସାହୁ, ଜୟରାମ ପ୍ରଧାନ ଏବଂ ଇନ୍ଦାଣୀ ପାତ୍ର ଆସନ୍ତା କାଳି ହିର୍ମା ଗ୍ରାମରେ ତାଙ୍କର ଜଣେ ସମ୍ପର୍କିୟଙ୍କ ଶୁଦ୍ଧକ୍ରିୟା (କାର୍ଯ୍ୟଘର)ରେ ଯୋଗଦେବା ପାଇଁ ଓଡି୨୩ଏଲ୍-୫୦୬୫ ପଲସର୍ ବାଇକରେ ହିର୍ମା ଗ୍ରାମ ଅଭିମୁଖେ ଯାଉଥିବା ବେଳେ ଠେଲକୋଇ ଛକ ପାଖରେ ଛିଡା ହୋଇଥିବା ଓଡି୨୩-ଆର୍-୨୨୭୨କୋଇଲା ବୋଝେଇ ଟ୍ରକର ପଛପଟେ ବାଇକ୍ ଧକ୍କା ହୋଇଥିଲା ଫଳ ରେ ଘଟଣା ସ୍ଥଳ ରେ ଟୁନା ଏବଂ ଜୟରାମ ମୃତ୍ୟୁ ବରଣ କରିଥିଲେ ଏବଂ ଇନ୍ଦ୍ରାଣୀ ପାତ୍ର ଗୁରୁତର ଆହତ ହୋଇଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories