www.samajalive.in
Wednesday, December 10, 2025
26.1 C
Bhubaneswar

୫୦ କିଲୋ ଗଞ୍ଜେଇ ସହ କାର ଜବତ, ୩ ଗିରଫ

ବୌଦ୍ଧ : ବୌଦ୍ଧ ଥାନା ଅନ୍ତର୍ଗତ ବାରକୁଡା ଛକ ନିକଟରେ ବୌଦ୍ଧ ପୁଲିସ ଚଢାଉ କରି ୫୦ କିଲୋ ଗଞ୍ଜେଇ ସହ ଏକ କାର ଓ ୨ଟି ମୋବାଇଲକୁ ଜବତ କରିଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ ପରେ କୋର୍ଟ ଚଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ସମ୍ବଲପୁର ସହର ଧନୁପାଲି ଥାନା ଅନ୍ତର୍ଗତ ଭିଏସଏସ ଷ୍ଟାଡିୟମ ନିକଟ ଅଂଚଳର ଶେଖ ପରୱେଜ (୩୨) ଧନୁପାଲି ଥାନା ଭୂତାପଡା ଅଂଚଳର ମହମ୍ମଦ ମେହେରାଜ(୩୨) ଉକ୍ତ ଅଂଚଳର ଶେଖ ଫଇଜଲ(୨୩) ଏକ କାର(ଓଡି୧୫ଏସ ୫୩୭୮)ରେ ବୌଦ୍ଧ ଜିଲା ବଘିଆପଡା ଅଂଚଳ ପଟୁ ବୌଦ୍ଧ ଆଡକୁ ଆସୁଥିବା ସମୟରେ ବୌଦ୍ଧ ପୁଲିସ କାର ଉପରେ ଚଢାଉ କରିଥିଲା। କାରର ତଲାସି ନେବାରୁ କାରରୁ ଗଂଜେଇ ମିଳିଥିଲା ।

 

- Advertisement -

ପୁଲିସ ଉକ୍ତ ଗଂଜେଇକୁ ଜବତ କରି ଓଜନ କରିବାରୁ ୫୦ କିଲୋ ହୋଇଥିଲା। ପୁଲିସ କାର ସହ ୨ଟି ମୋବାଇଲକୁ ମଧ୍ୟ ଜବତ କରିଥିଲା। ବେଆଇନ ଗଂଜେଇ କାରବାର ଅଭିଯୋଗରେ ଶେଖ ପରୱେଜ, ମହମ୍ମ ମେହେରାଜ, ଶେଖ ଫଇଜଲ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଦର୍ଶ ଥାନା ଅଧିକାରୀ ମାଧବନନ୍ଦ ନାୟକ ପ୍ରକାଶ କରିଛନ୍ତି ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories