www.samajalive.in
Wednesday, December 10, 2025
26.1 C
Bhubaneswar

ବରିଷ୍ଠ କଂଗ୍ରେସ ଓ ବିଜେପି ନେତା ବିଜେଡିରେ ସାମିଲ; ଆକର୍ଷିତ କଲା ନବୀନଙ୍କ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ

ଭୁବନେଶ୍ୱର: ଜୟପୁର ବିଧାନସଭା ଏବଂ ବୋରିଗୁମ୍ମା ବ୍ଲକର ବରିଷ୍ଠ କଂଗ୍ରେସ ଓ ବିଜେପି ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି। ସ୍ଥାନୀୟ ବିଜୁ ଯୁବ ଜନତାଦଳ କାର୍ଯ୍ୟାଳୟ ଠାରେ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଓ କୋରାପୁଟ, ମାଲକାନଗିରି ପର୍ଯ୍ୟବେକ୍ଷକ ଥିବା ଚନ୍ଦ୍ରସାରଥି ବେହେରାଙ୍କ ଉପସ୍ଥିତରେ ଏହି ନେତାମାନେ ବିଜେଡିର ହାତ ଧରିଛନ୍ତି।
ବିଜେଡିରେ ସାମିଲ ହୋଇଥିବା ଏହି ନେତାଙ୍କ ମଧ୍ୟରେ ରହିଛନ୍ତି ନାଗରାଜ ଦୋରା। ଶ୍ରୀ ଦୋରା ୨୦୦୯ରେ ଜୟପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବାବେଳେ ଏବେ ବିଜେପିର ସକ୍ରିୟ ସଦସ୍ୟ ଥିଲେ। ଏଥି ସହିତ ଶ୍ରୀ ଦୋରା ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଏବଂ ପିସିସି ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ। ସେହିଭଳି କୋରାପୁଟ ଜିଲା କଂଗ୍ରେସ କିଷାନ ସେଲ୍‍ର ପୂର୍ବତନ ସଭାପତି ଦାୟିତ୍ୱରେ ଥିଲେ। ବିଜେଡିରେ ମିଶିଥିବା ଆଉ ଜଣେ ଟାଣୁଆ ନେତା ହେଲେ ନିରଞ୍ଜନ ପ୍ରଧାନ। ଶ୍ରୀ ପ୍ରଧାନ ଜନତା ଦଳର ପୂର୍ବତନ ଜିଲ୍ଲା ଯୁବ ସଭାପତି ଥିବାବେଳେ ପୂର୍ବତନ ବ୍ଲକ କଂଗ୍ରେସ କମିଟିର ଉପସଭାପତି ଭାବେ ଦାୟିତ୍ୱରେ ଥିଲେ। ସେ ମଧ୍ୟ ଆତ୍ମାର ପୂର୍ବତନ ସଭାପତି। ବିଜେଡି ହାତ ଧରିଥିବା ଆଉ ଜଣେ ବରିଷ୍ଠ ନେତା ହେଲେ ବୋରିଗୁମ୍ମା ବ୍ଲକର କୋଟପାଡ ବିଧାୟକଙ୍କ ପୂର୍ବତନ ପ୍ରତିନିଧି ସୁଭାଷ ଚନ୍ଦ୍ର ନାୟକ। ଏଥିସହିତ ସେ ବୋରିଗୁମ୍ମା ବ୍ଲକ ଛାତ୍ର କଂଗ୍ରେସର ସଭାପତି ଓ ଜିଲା କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ଥିଲେ। ସେ ମଧ୍ୟ ନବରଙ୍ଗପୁର ସାଂସଦଙ୍କ ବୋରିଗୁମ୍ମା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। କୋରାପୁଟ ଜିଲ୍ଲାର ଏହି ତିନି ବରିଷ୍ଠ ନେତା ଆଜି ବିଜେଡିରେ ଯୋଗ ଦେଇଥିବାବେଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନରେ ଆକର୍ଷିତ ହୋଇ ସେମାନେ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିବା କହିଛନ୍ତି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories