www.samajalive.in
Tuesday, December 9, 2025
17.1 C
Bhubaneswar

ସାମଗ୍ରିକ ଟିକାକରଣ ୧୬୫ କୋଟି ଟପିଲା

ନୂଆଦିଲ୍ଲୀ :  ଦେଶବ୍ୟାପୀ ଚାଲିଥିବା ବିଶ୍ବର ସର୍ବବୃହତ୍‍ ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଆଗେଇ ଚାଲିଛି । ଟିକାଦାନ କ୍ଷେତ୍ରରେ ଭାରତ ଗୋଟିଏ ପରେ ଗୋଟିଏ ରେକର୍ଡ ପ୍ରତିଷ୍ଠା କରି ଚାଲିଛି । ଶନିବାର ୧୬୫କୋଟି ପାନରୁ ଅଧିକ ଟିକାଦାନ କରି ଭାରତ ଆଉ ଏକ ସଫଳତା ହାସଲ କରିଛି ।
ଆଜି ସନ୍ଧ୍ୟା ସୁଦ୍ଧା ୧୬୫କୋଟି ୫୦ ଲକ୍ଷ୨୯ହଜାରରୁ ଅଧିକ ପାନ ଟିକାଦାନ କରାଯାଇଥିବା ଜଣାପଡିଛି। ୧ କୋଟି ୧୦ ଲକ୍ଷରୁ ଅଧିକ ପ୍ରତି​ଷେଧାତ୍ମକ ପାନ ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି ।
ଅନ୍ୟପକ୍ଷରେ ଏପର୍ୟ୍ୟନ୍ତ ୧୫ରୁ ୧୮ ବର୍ଷ ବୟସ ମଧ୍ୟରେ ୬୦ପ୍ରତିଶତ ପିଲାଙ୍କୁ ଟିକାଦାନ କରାଯାଇ ସାରିଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟ୍ୱିଟ୍‍ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ସାଢ଼େ ୪ କୋଟିରୁ ଅଧିକ ପିଲାଙ୍କୁ ପ୍ରଥମ ପାନ ଟିକା ଦିଆଯାଇଛି ।
ସେହିପରି ରାଜ୍ୟରେ ଏପର୍ୟ୍ୟନ୍ତ ୫କୋଟି ୬୭ଲକ୍ଷ ୮୨ହଜାରରୁ ଅଧିକ ପାନ ଟିକା ଦିଆଯାଇଛି । ୪ଲକ୍ଷ ୩୯ହଜାରରୁ ଅଧିକ ପ୍ରତି​ଷେଧାତ୍ମକ ପାନ ଦିଆଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories