www.samajalive.in
Monday, December 8, 2025
27.1 C
Bhubaneswar

ସୟଦ ମୋଦି ବ୍ୟାଡମିଣ୍ଟନ ଜିତିଲେ ସିନ୍ଧୁ

ଲକ୍ଷ୍ନୌ: ବାବୁ ବନାରସୀ ଦାସ ଇଣ୍ଡୋର ଷ୍ଟାଡ଼ିୟମ​‌େ​‌ର ଚାଲିଥିବା ବିଡବ୍ଲୁଏଫ୍‌ ସୟଦ ମୋଦି ସୁପର-୩୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମହିଳା ଏକକ ବର୍ଗରେ ଅଲିମ୍ପିକ୍‌ସ ରୌପ୍ୟ ଓ କାଂସ୍ୟ ପଦକ ବିଜେତା ପି.ଭି ସିନ୍ଧୁ ବିଜେତା ହୋଇଛନ୍ତି। ରବିବାର ଖେଳାଯାଇଥିବା ମହିଳାଏକକ ଫାଇନାଲରେ ଶୀର୍ଷ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୩ ଓ ୨୧-୧୬ରେ ମାଳବିକା ବଂଶଦଙ୍କୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ବିଜେତା ହୋଇଛନ୍ତି। ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିଥିବା ମାଳକିବାଙ୍କ ପାଇଁ ବିଜେତା ସ୍ବପ୍ନ କଷ୍ଟକର ରହିଥିବାବେଳେ ମ୍ୟାଚକୁ ସିନ୍ଧୁ ମାତ୍ର ୩୫ ମିନିଟ୍‌ରେ ଜିତି ନେଇଥିଲେ। ଇଣ୍ଡିଆନ ଓପନ ସୁପର-୫୦୦ ପ୍ରତିଯୋଗିତାର ସେମିଫାଇନାଲରେ ପରାଜିତ ହୋଇଥିବା ସିନ୍ଧୁ ଉକ୍ତ ପ୍ରତିଯୋଗିତାରେ କୌଣସି ଭୁଲ କରିନଥିଲେ।

ସେହିପରି ମିଶ୍ରିତ ବିଭାଗ ଫାଇନାଲରେ ଭାରତୀୟ ଯୋଡ଼ି ଇଶାନ ଭଟ୍ଟନାଗର-ତନିଶା କାଷ୍ଟ୍ରୋ ଯୋଡ଼ି ୨୧-୧୬ ଓ ୨୧-୧୨ରେ ଅନ୍ୟତମ ଭାରତୀୟ ଯୋଡ଼ି ଶ୍ରିବିଦ୍ୟା ଗୁରାଜାଡ୍‌ -ଟି ହେମା ନଗେନ୍ଦ୍ର ବାବୁ ଯୋଡ଼ିଙ୍କୁ ପରାସ୍ତ କରି ବିଜେତା ହୋଇଛନ୍ତି। ପୁରୁଷ ଯୁଗଳ ବର୍ଗ ଫାଇନାଲରେ କ୍ରିଷ୍ଣା ପ୍ରସାଦ ଗୁରାଙ୍ଗା-ବିଷ୍ଣୁବର୍ଦ୍ଧନ ଗୌଡ଼ା ପ୍ରାଞ୍ଜାଳ ଯୋଡ଼ି ୧୮-୨୧ ଓ ୧୫-୨୧ରେ ମାଲେସିଆର ମାନ ୱିଇ ଚୋଙ୍ଗ-ଥୋ ମେଇ ସିଙ୍ଗଙ୍କ ନିକଟରୁ ପରାଜିତ ହୋଇ ଉପ ବିଜେତା ହୋଇଛନ୍ତି। ମହିଳା ଯୁଗଳ ବିଭାଗ ଫାଇନାଲରେ ଭାରତୀୟ ଯୋଡ଼ି ତ୍ରିଶା ଜୋଲି- ପୁଲେଲା ଗାୟତ୍ରୀ ଗୋପିଚାନ୍ଦ ଯୋଡ଼ି ୧୨-୨୧ ଓ ୧୩-୨୧ରେ ମାଲେସିଆର ଆନା ଚିଙ୍ଗ ୟିକ୍‌ ଚୋଙ୍ଗ-ଥୋ ମି ହିଙ୍ଗ ଯୋଡ଼ିଙ୍କ ନିକଟରୁ ପରାଜିତ ହୋଇ ଉପ ବିଜେତା ହୋଇଛନ୍ତି। ସେହିପରି ପୁରୁଷ ଏକକ ବର୍ଗ ଫାଇନାଲକୁ ବାତିଲ କରିଦିଆଯାଇଛି। ଦୁଇ ଫ୍ରାନ୍ସ ପ୍ରତିଯୋଗୀ ଆର୍ନାଉଡ ମର୍କେଲ ଓ ଲୁକାସ କ୍ଲାରିବାଉଟଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବାର ଥିଲା। ଆର୍ନାଉଡ୍‌ ମର୍କେଲ କରୋନା ସଂକ୍ରମିତ ହେବା ପରେ ଫାଇନାଲ ମ୍ୟାଚକୁ ବାତିଲ କରିଦିଆଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories