www.samajalive.in
Monday, December 8, 2025
27.1 C
Bhubaneswar

ଗାନ୍ଧୀମାର୍ଗରେ ପରେଡ୍‌ ଅଭ୍ୟାସ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ଗାନ୍ଧୀ ମାର୍ଗରେ ଦୁଇ ଦିନ ହେବ ଅଭ୍ୟାସ ଚାଲିଛି। ଆସନ୍ତାକାଲି ସକାଳେ ଏହି ଅଭ୍ୟାସକୁ ପୁଲିସ ମହାନିର୍ଦେଶକ ସୁନିଲ୍ ବଂଶଲ ନିରୀକ୍ଷଣ କରିବେ। ମହାନିର୍ଦେଶକ ଭାବେ ଦାୟିତ୍ବ ନେବା ପରେ ଶ୍ରୀ ବଂଶଲଙ୍କ ପାଇଁ ଏହା ପ୍ରଥମ ରାଜ୍ୟସ୍ତରୀୟ ପରେଡ୍‌ ଉତ୍ସବ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସାଧାରଣତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିବେ। ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। କରୋନା କଟକଣାରେ ଏଥର ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ।

ଏହି ଉତ୍ସବରେ ଜନସାଧାରଣଙ୍କୁ ଉପସ୍ଥିତ ରହି ଦେଖବା ଉପରେ ଅଂକୁଶ ଲଗାଯାଇଛି। ସାଧାରଣତନ୍ତ୍ର ପରେଡ୍‌ ଉତ୍ସବର ଦୃଶ୍ୟ ସଞ୍ଚାର ମାଧ୍ୟମରେ ପ୍ରଦର୍ଶନ କରାଯିବ। ଜନସାଧାରଣ ଘରେ ରହି ଏହାକୁ ଦେଖିପାରିବେ। ପରେଡ୍‌ରେ ୧୦ ପ୍ଲାଟୁନ ପୁଲିସ ଦଳ ଅଂଶଗ୍ରହଣ କରିବେ। ଏଥିରେ ୩ଟି ବ୍ୟାଣ୍ଡ୍ ଦଳ ରହିଛନ୍ତି। ସଂକ୍ରମଣ ଭୟରେ ଅଧିକ ସଂଖ୍ୟକ ପରେଡ ଦଳ, ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବେସାମରିକ ଅନୁଷ୍ଠାନଗୁଡ଼ିକୁ ସାମିଲ୍‌ କରାଯାଇନାହିଁ। ରବିବାର ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ ଅଭ୍ୟାସ ପରେଡ୍‌କୁ ତଦାରଖ କରିଥିଲେ। ଏହି ସମୟରେ କମିସନରେଟ୍‌ ପୁଲିସର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories