ୱେଲିଂଟନ: ଓମିକ୍ରନ୍ ପ୍ରଜାତିର କରୋନା ଭୂତାଣୁ ସଂକ୍ରମଣ ପାଇଁ ନ୍ୟୁଜିଲାଣ୍ଡରେ କଠୋର କଟକଣା ଲାଗୁ ହୋଇଛି। କଟକଣା ଯୋଗୁଁ ସମସ୍ତ ପ୍ରକାର ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଉତ୍ସବକୁ ନିଷିଦ୍ଧ କରାଯାଇଛି। ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ଣ୍ଣ ଏହି କଟକଣା ଲାଗୁ କରିଛନ୍ତି। କରୋନା କଟକଣାକୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ଆର୍ଡର୍ଣ୍ଣ ନିଜ ବାହାଘରକୁ ବାତିଲ କରିଛନ୍ତି। ବିବାହ ବାତିଲ ସମ୍ପର୍କରେ ଆର୍ଡର୍ଣ୍ଣ ନିଜେ ସୂଚନା ଦେଇଛନ୍ତି। ଆର୍ଡର୍ଣ୍ଣ କହିଛନ୍ତି, ମୋ ବାହାଘର ହେବନାହିଁ। ମୋ ଭଳି ଅପ୍ରୀତିକର ପରିସ୍ଥିତିରେ ପଡ଼ିଥିବା ଲୋକଙ୍କ ପାଇଁ ମଧ୍ୟ ମୁଁ ଦୁଃଖିତ। ଆର୍ଡର୍ଣ୍ଣ ତାଙ୍କ ବିବାହ ତାରିଖ ଘୋଷଣା କରି ନ ଥିଲେ, କିନ୍ତୁ ନିକଟରେ ତାଙ୍କ ବାହାଘର ହେବ ବୋଲି ଗୁଜବ ଉଠିଥିଲା। ‘ଫିସିଙ୍ଗ୍ ସୋ’ର ହୋଷ୍ଟ ତଥା ତାଙ୍କ ଦୀର୍ଘଦିନର ପ୍ରେମିକ କ୍ଲାର୍କ ଗେଫୋର୍ଡଙ୍କ ସହ ବାହାଘର ହେବାକୁ ଥିଲା। ସେ କହିଛନ୍ତି, ଅନ୍ୟମାନଙ୍କଠାରୁ ମୁଁ ଭିନ୍ନ ନୁହେଁ। ମହାମାରୀ ଯୋଗୁଁ ହଜାର ହଜାର ଲୋକ ସାଙ୍ଘାତିକ ଅବସ୍ଥା ଭୋଗିଛନ୍ତି। ସେମାନଙ୍କ ଦୁଃଖ ମୋ ଦୁଃଖକୁ ବଳିଯିବ।
Popular Categories



