www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଶା ଓପନ ସୁପର-୧୦୦ ବ୍ୟାଡ୍‌ମିଣ୍ଟନ: ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

କଟକ: ବିଡବ୍ଳୁଏଫ୍‌ ଓଡ଼ିଶା ଓପନ ସୁପର-୧୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତା ମଙ୍ଗଳବାରଠାରୁ କଟକର ଜବାହରଲାଲ ନେହରୁ ଇନଡୋର ଷ୍ଟାଡ଼ିୟମରେ ଖେଳାଯିବ। ଏଥିରେ ୧୮ଟି ଦେଶରୁ ୩୦୦ ଖେଳାଳି ଅଂଶଗ୍ରହଣ କରିବେ। ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆ ଓ ବିଶ୍ବ ବ୍ୟାଡମିଣ୍ଟନ ମହାସଂଘର ମିଳିତ ସହଯୋଗରେ ଆୟୋଜିତ ଉକ୍ତ ପ୍ରତିଯୋଗିତା ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟର ପହଞ୍ଚିଛି।

ଅନ୍ୟପକ୍ଷରେ ପ୍ରତିଯୋଗିତା ଆଉ ଦିନେ ଥିବାବେଳେ ଖେଳାଳିମାନଙ୍କ ଆଗମନ ଆରମ୍ଭ ହୋଇଛି। ସୁସ୍ଥ ଓ ସୁରକ୍ଷିତ ପରିବେଶ ମଧ୍ୟରେ ପ୍ରତିଯୋଗିତା ଆୟୋଜନ ନେଇ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ସମସ୍ତ ଖେଳାଳି ଓ ଅଫିସିଆଲଙ୍କ ଆର୍‌ଟି-ପିସିଆର ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତିଯୋଗିତା ସମୟରେ କୋଭିଡ଼ ନିୟମକୁ କଡାକଡ଼ି ଭାବେ ପାଳନ କରାଯାଇଛି। ରବିବାର ଭୁବନେଶ୍ବରରେ ଖେଳାଳମାନେ ପହଞ୍ଚିବା ପରେ ସେମାନଙ୍କ କରୋନା ପରୀକ୍ଷାକୁ କଡାକଡ଼ି କରାଯାଇଛି। ଖେଳାଳିମାାନ ରହୁଥିବା କିଟ୍‌ ସମେତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଖେଳାଳିମାନଙ୍କ ଓ କଟକର ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡ଼ିୟମରେ ଅଫିସିଆଲ ଓ ସହଯୋଗୀ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଛି। ଖେଳାଳିଙ୍କ କରୋନା ଟିକା ନେଇଥିବା ପ୍ରମାଣପତ୍ର ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ୭୨ ଘଣ୍ଟା ମଧ୍ୟରେ କରୋନା ପରୀକ୍ଷା ନେଗେଟିଭ୍‌ ରିପୋର୍ଟ ଓ କରୋନା ଟିକ‌ା ପ୍ରମାଣପତ୍ର ନଥିବା​‌ ଖେଳାଳିମାନଙ୍କୁ ଅଭ୍ୟାସ ଓ ମ୍ୟାଚ ଲାଗି ସୁଯୋଗ ମିଳିବ ନାହିଁ।

- Advertisement -

ଏହାଛଡ଼ା ପ୍ରତିଯୋଗିତା ସମୟ​‌େ​‌ର ମଧ୍ୟ ଖେଳାଳି ଓ ଅଫିସିଆଲଙ୍କ କରୋନା ପରୀକ୍ଷା କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିଯୋଗିତାକୁ ପରିଚାଳନା କରିବା ଲାଗି ଓଡ଼ିଶାରୁ ୪୦ଜଣ ବୈଷୟିକ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ବିଏଫ୍‌ଆଇ ଗ୍ରେଡ-ଏ ଅମ୍ପାୟାର ରିତା ଦାସ ଓ ବିଜୟ କୁମାର ବାଗ୍‌ ମଧ୍ୟ ମ୍ୟାଚ ପରିଚାଳନା ଦାୟିତ୍ବରେ ରହିଛନ୍ତି। ପ୍ରତିଯୋଗିତାର ସେମିଫାଇନାଲ ଓ ଫାଇନାଲ ଡିଡି ସ୍ପୋର୍ଟସରେ ସିଧା ପ୍ରସାରଣ କରାଯିବ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories