www.samajalive.in
Saturday, December 6, 2025
16.1 C
Bhubaneswar

ହ୍ୱାଟସାଆପ୍‍ ବ୍ୟବହାର କରିପାରିବେନି ସରକାରୀ କର୍ମଚାରୀ !

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆକୁ ନେଇ ସରକାରୀ କର୍ମଚାରୀଙ୍କ ଉପରେ କଟକଣା । ହ୍ୱାଟ୍‍ସାଆପ୍‍ ଟେଲିଗ୍ରାମ୍‍ ବ୍ୟବହାର କରିପାରିବେନି ସରକାରୀ କର୍ମଚାରୀ । ଏନେଇ ଏକ ନିର୍ଦ୍ଦେଶାନାମାଜାରି ହୋଇଛି । ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ସମସ୍ତ ସରକାରୀ ଅଧିକାରୀଙ୍କୁ ଗୋପନୀୟ ସୂଚନା ବାଣ୍ଟିବା ପାଇଁ ହ୍ୱାଟ୍‍ସାଆପ, ଟେଲିଗ୍ରାମ ଭଳି ଆପ୍ ବ୍ୟବହାର କରିବାକୁ ବାରଣ କରାଯାଇଛି।

ଜାତୀୟ ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍ ୧୮ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗୁପ୍ତଚର ଏଜେନ୍ସିଗୁଡିକର ନିର୍ଦ୍ଦେଶରେ କୁହାଯାଇଛି । ହ୍ୱାଟ୍‍ସାଆପ, ଟେଲିଗ୍ରାମ ପରି ଆପ୍ସରେ ଗୁପ୍ତ ସୂଚନା ବାଣ୍ଟିବା ବିପଦ । କାରଣ ଘରୋଇ କମ୍ପାନୀଗୁଡିକ ସେମାନଙ୍କ ସର୍ଭରରେ ତଥ୍ୟ ରଖିଥାନ୍ତି । ତଥ୍ୟଗୁଡିକର ଅପବ୍ୟବହାର କରାଯାଇପାରେ । ଏଥି ପାଇଁ ଭିଡିଓ କନଫରେନ୍ସିଂରେ ବୈଠକ କରିବା ଏବଂ ଘରୁ କାର୍ୟ୍ୟ କରିବା ପାଇଁ ଅଧିକାରୀମାନଙ୍କୁ ମଧ୍ୟ ବାରଣ କରାଯାଇଛି।
ସମସ୍ତ ମନ୍ତ୍ରଣାଳୟକୁ ତୁରନ୍ତ ଏହି ନିର୍ଦ୍ଦେଶନାମା କାର୍ୟ୍ୟକାରୀ କରିବାକୁ କୁହାଯାଇଛି । ଆଉ ଏଥିରେ ଆପଲ୍ ସିରି, ଆମାଜନ ଆଲେକ୍ସା, ଗୁଗୁଲ୍ ଆସିଷ୍ଟାଣ୍ଟ ଇତ୍ୟାଦି ସ୍ମାର୍ଟ ଡିଭାଇସ୍ ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ଏଜେନ୍ସି କହିଛି ।

- Advertisement -

ରିପୋର୍ଟରେ କୁହାଯାଇଛି ଯେ ଅନେକ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟଗୁଡ଼ିକୁ ନିଜ ଫୋନରେ ସ୍କାନ କରି ରଖନ୍ତି । ପରେ ବିଭିନ୍ନ ଆପ୍ ମାଧ୍ୟମରେ ଏହାକୁ ଅନ୍ୟମାନଙ୍କ ସହ ସେୟାର କରନ୍ତି ଯାହା ସୁରକ୍ଷିତ ନୁହେଁ । ସବୁଠାରୁ ବଡ଼କଥା ହେଉଛି ସମସ୍ତ ମନ୍ତ୍ରଣାଳୟକୁ ପଠାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି କି, ବୈଠକ ସମୟରେ ଅଧିକାରୀ ମାନେ ସ୍ମାର୍ଟଫୋନ୍ ଏବଂ ସ୍ମାର୍ଟ ୱାଚ୍ ରୁମ୍ ବାହାରେ ରଖିବା ଉଚିତ୍। ଏହା ବ୍ୟତୀତ ଅନେକ ସ୍ମାର୍ଟ ଡିଭାଇସର ବ୍ୟବହାର ମଧ୍ୟ ଅଫିସରେ ନିଷେଧ କରାଯାଇଛି । ଭର୍ଚୁଆଲ୍ ମିଟିଂ କରିବାକୁ ବାରଣ କରାଯାଇଛି । ଭିଡିଓ କନଫରେନ୍ସିଂ ପାଇଁ ତୃତୀୟ ପକ୍ଷ ଆପ୍ଲିକେସନ୍ ବଦଳରେ ସମସ୍ତ ଅଧିକାରୀ ଏବଂ ମନ୍ତ୍ରଣାଳୟ ଭାରତ ସରକାରଙ୍କ ଭର୍ଚୁଆଲ୍ ସେଟଅପ୍ ବ୍ୟବହାର କରିବା ଉଚିତ ବୋଲି କୁହାଯାଇଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories