www.samajalive.in
Sunday, December 7, 2025
15.1 C
Bhubaneswar

ଆଜି ବିଶ୍ବକର୍ମା ପୂଜା

ବିଶ୍ବକର୍ମା ଅନ୍ୟ ଅର୍ଥରେ ବିଶ୍ବର ସୃଷ୍ଟି କର୍ତ୍ତା। ସେ ହେଲେ ସ୍ବର୍ଗର ଶ୍ରେଷ୍ଠ ଶିଳ୍ପୀ। ଓଡ଼ିଶାର ବଢ଼େଇ, କମାର, ତନ୍ତୀ ଇତ୍ୟାଦି ଜାତିର ଲୋ​‌କେ ହାତହତିଆରକୁ ପୂଜା କରୁଥିଲେ। ଆଧୁନିକ ଯୁଗରେ ନାନା ଶିଳ୍ପର ଅଭିବୃଦ୍ଧି ଘଟିଛି ପରିପ୍ରକାଶ। ତା’ ସଙ୍ଗେସଙ୍ଗେ ବିଶ୍ବକର୍ମା ପୂଜାର ପ୍ରସାର ସବୁଠାରେ ବଢ଼ିଚାଲିଛି। ସ୍ଥାନେସ୍ଥାନେ ନିର୍ମିତ ମୂର୍ତ୍ତି ପୂଜା ପରେ ଦୁଇ ତିନିଦିନ ରହୁଥିବାର ଦେଖାଯାଏ। ତା’ ଛଡ଼ା ଏହି ପୂଜା ଉପଲକ୍ଷେ ସରସ୍ବତୀ ଓ ଗଣେଶ ପୂଜା ଭଳି ଭୋଜିଭାତର ଆୟୋଜନ ହୋଇଥାଏ। ଦେଶର ଅଗ୍ରଗତି ସଙ୍ଗେସଙ୍ଗେ ଶିଳ୍ପର ବିକାଶ ଫଳରେ ଏହି ପୂଜା ଆଧୁନିକ ଯୁଗରେ ବହୁଳ ପ୍ରସାରିତ ହୋଇଛି।

ଭୁବନେଶ୍ବର, ରାଉରକେଲା, ତାଳଚେର, ପାରାଦ୍ବୀପ ଓ ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ସହରରେ ବିଶ୍ବକର୍ମା ପୂଜା ଆରମ୍ଭ ହୋଇଛି। ପାରାଦ୍ବୀପରେ ବିଶ୍ବକର୍ମା ପୂଜା ୭ଦିନ ଧରି ଅନୁଷ୍ଠିତ ହେବ। ସେଠାରେ ବିଭିନ୍ନ ଶ୍ରମିକ ସଙ୍ଗଠନ, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ବିଭାଗ ପକ୍ଷରୁ ବିଶ୍ବକର୍ମା ପୂଜା ପାଳନ କରାଯାଉଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories