www.samajalive.in
Monday, December 8, 2025
17.1 C
Bhubaneswar

ଜୋର୍‍ରେ ସଙ୍ଗୀତ ବଜାଇବା ହେଲା କାଳ: ମହିଳାଙ୍କୁ ତିନି ତଲାକ ପରେ ଗଣବଳାତ୍କାର

ମୋରଦାବାଦ : ତତ୍କାଳ ତିନି ତଲାକକୁ ସର୍ବୋଚ୍ଚ ଅଦାଲତ ବେଆଇନ ଘୋଷଣା କରିବା ସତ୍ତ୍ବେ ମୁସଲମାନ ମହିଳାମାନେ ଏହି ପ୍ରଥାଜନିତ ନିର୍ଯାତନାରୁ ମୁକ୍ତି ପାଇପାରୁ ନାହାନ୍ତି। ଖୁବ୍‍ଜୋର୍‍ରେ ଗୀତ ବଜାଇବା ଭଳି ସାମାନ୍ୟ କାରଣକୁ ଭିତ୍ତି କରି ଜଣେ ମହିଳାଙ୍କୁ ତିନି ତଲାକ ଦେଇଛନ୍ତି ତାଙ୍କ ସ୍ୱାମୀ। ଏତିକିରେ ଶେଷ ହୋଇ ନାହିଁ ସମ୍ପୃକ୍ତ ମହିଳାଙ୍କ ପ୍ରତି ଅକଥନୀୟ ଅତ୍ୟାଚାରର ଧାରା। ତିନି ତଲାକ ପରେ ତାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ସ୍ୱାମୀ ତାଙ୍କୁ ଯେଭଳି ପୁନର୍ବାର ପତ୍ନୀ ଭାବେ ଗ୍ରହଣ କରିପାରିବେ ସେଥିନେଇ ତାଙ୍କୁ ମୁସଲମାନ ଧର୍ମରେ ପ୍ରଚଳିତ ନିକାହ ହଲାଲ ପରମ୍ପରା ପାଳନ କରିବାକୁ ବାଧ୍ୟ କରାଯାଇଛି ବୋଲି ଉତ୍ତର ପ୍ରଦେଶର ସମ୍ପୃକ୍ତ ମହିଳା ମୋରଦାବାଦ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ପୁଲିସ ତାଙ୍କ ଅଭିଯୋଗକୁ ଉପରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories