www.samajalive.in
Monday, December 8, 2025
24.1 C
Bhubaneswar

ଜିଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନରେ ଶିରିପୁର ବିଜୟୀ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସ୍ଥିତ ଦେବଗିରିସାହି ଠାରେ ଦେବଗିରି ଯୁବକ ସଙ୍ଘ ତରଫରୁ ଜିଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନରେ ଶିରିପୁର ବିଜୟୀ ହୋଇଛି । ଏଥିରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣଯୋଜନା ବୋର୍ଡ ର ଉପଦେଷ୍ଟା ସୁଧୀର କୁମାର ଦାସ,  ବିଧାୟକ ପ୍ରତିନିଧି (ଟିଟି) ବୃନ୍ଦାବନ ପାଢ଼ୀ, ବିଜେଡି ବ୍ଲକ ସଭାପତି ସୁନ୍ଦର ରାଓ ବାଗ,  କିଶୋର ପାଢ଼ୀ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଏଥିରେ ମୋଟ ୧୬ଟି ଦଳ ରହିଛି।ପ୍ରତ୍ୟେକ ଦିନ ଦୁଇଟି ଦଳ ଲେଖାଏଁ ଖେଳ କରାଯିବ । ଗୋଟିଏ ଦଳ ଯୋଗଦାନ ପାଇଁ ୧୦୦୦ ଟଙ୍କା ଦେବାକୁ ପଡୁଛି ।ଫାଇନାଲ ଖେଳରେ ବିଜୟୀ ଦଳକୁ (୩୦୦୦୦ ) ତିରିଶି ହଜାରଟଙ୍କା ସହ ଟ୍ରଫି, ପରାଜୟ ଦଳକୁ ୨୦୦୦୦  ହଜାର ଟଙ୍କା ସହ ଟ୍ରଫି ,ଭଲ ହିଟର ପାଇଁ ଟ୍ରଫି ଓ ଭଲ ନେଟର ପାଇଁ  ସହ ଟ୍ରଫି ପ୍ରଦାନ କରାଯିବ ବୋଲି କମିଟି ତରଫରୁ କହିଛନ୍ତି ।
ଆଜି ଉଦଘାଟନ ଉତ୍ସବରେ ଦେବଗିରି ଘରେଇ ଦଳ ସହିତ  ଶିରିପୁର ମଧ୍ୟରେ ପ୍ରତି ଦ୍ବନ୍ଦିତା ହୋଇଥିଲା ।ଏଥିରେ ଶିରିପୁର  ୩୧ପଏଣ୍ଟ ଓ  ଦେବଗିରି  ଘରେଇ ଦଳ ୧୪ ପଏଣ୍ଟ କରିଥିବା ବେଳେ  ଶିରିପୁର ୧୭ ପଏଣ୍ଟ ଅଧିକ କରି ବିଜୟ ହୋଇଛି । ମ୍ୟାଚ ରେଫରି ଭାବେ ଜୟରାମ ରମାକାନ୍ତ ପରିଛା, ବିଶ୍ୱନାଥ କାଡ୍ରାକା ରହିଥିଲେ ।ସ୍ଥାନୀୟ  ଦେବଗିରି ଯୁବକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories