www.samajalive.in
Monday, December 8, 2025
27.1 C
Bhubaneswar

ଲାଞ୍ଜିଗଡରେ ଆଦିବାସୀ ସଂଘ ପ‌‌କ୍ଷରୁ ବନ୍ଦ ଡାକରା

ଲାଞ୍ଜିଗଡ : ଜିଲ୍ଲା ଆଦିବାସୀ ସଂଘ ଡାକରାରେ ଆଜି କଳାହାଣ୍ଡି ଜିଲ୍ଲା ବିଭିନ୍ନ ଜାଗାରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଲାଞ୍ଜିଗଡ ବ୍ଲକର ବିଭିନ୍ନ ଜାଗାରେ ଆଦିବାସୀ ନେତା ମାନେ ଏହି ବନ୍ଦକୁ ସଫଳ କରିଥିଲେ ।  ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡ ସହରରେ ମଧ୍ୟ ବିଭିନ୍ନ ଜାଗାରେ ପିକେଟିଙ୍ଗ କରି ରାସ୍ତା ଘାଟ ବନ୍ଦ କରିଥିବା ବେଳେ ଲାଞ୍ଜିଗଡ ସହର ବେଦାନ୍ତ ରିହାବ କଲୋନୀର ହରି ମାଝୀଙ୍କ ନେତୃତ୍ୱରେ ବେଦାନ୍ତ କାରଖାନାରୁ ଟାଉନସିପକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା ।  ଆଦିବାସୀ ପ୍ରତି ଅଣଦେଖାକୁ ସମ୍ପୂର୍ଣ ବିରୋଧ କରାଯାଇଥିଲା ସେହି ପରି ବେଦାନ୍ତ ଟାଉନସିପରୁ ଲାଞ୍ଜିଗଡକୁ ସଂଯୋଗ କରୁଥିବା ଜଗନ୍ନାଥପୁର ରାସ୍ତା ଛକ ଠାରେ ଆଦିବାସୀ ଯୁବକ ମାନେ ଅଖ ଚକ ବନ୍ଦ କରିଦେଇଥିବା ବେଳେ ଜୀବନ ଯାତ୍ରା ଠପ ହୋଇଯାଇଥିଲା ।  ଡେଙ୍ଗସର୍ଗି ବସନ୍ତପଡା ଠାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଲାଞ୍ଜିଗଡ ବ୍ଲକ ଆଦିବାସୀ ସଭାପତି ଶୁକ୍ର ମାଝୀଙ୍କ ନେତୃତ୍ୱରେ ଲାଞ୍ଜିଗଡ ବ୍ଲକ ର ବିଭିନ୍ନ ଜାଗାରେ ଏହି ବନ୍ଦକୁ ସଫଳ କରାଯାଇଥିଲା । ବସନ୍ତପଡା ଠାରେ ଖିରଗାଡିକୁ ମଧ୍ୟ ଛାଡିନଥିଲେ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories