www.samajalive.in
Monday, December 8, 2025
27.1 C
Bhubaneswar

ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠରେ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର

ବାଙ୍କୀ : ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ କଟକ ଜିଲ୍ଲା ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠରେ ଚଳିତ ବର୍ଷ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ଅଧାରୁ ପାଠଛାଡି ବେକାରୀ ତଥା ବେରୋଜଗାର ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ରୋଜଗାର କରିବାର ମାର୍ଗ ଦର୍ଶନ ପାଇଁ ଦକ୍ଷତା ବିକାଶ କେନ୍ଦ୍ରରେ ଜ୍ଞାନ କୌଶଳ ପ୍ରଦାନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୫ବର୍ଷରୁ ୨୯ବର୍ଷ ମଧ୍ୟରେ ଛାତ୍ର ଛାତ୍ରୀ ମାନେ ଏହି ପ୍ରଶିକ୍ଷଣର ସୁବିଧା ନେଉଥିବା ଜଣାପଡିଛି। ଏହି ଅବସରରେ କାର୍ଯ୍ୟକ୍ରମ ସଞ୍ଜୋଜକ ଅଶୋକ କୁମାର ନାୟକଙ୍କ ସଞ୍ଜୋଜନାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ,ଅବସର ଗ୍ରହଣ କରିଥିବା ଶିକ୍ଷକ ପଣ୍ଡିତ ନଗେନ ମହାପାତ୍ର,ପ୍ରସିକ୍ଷିକା ସନ୍ଧ୍ୟାରାଣୀ ପଢୀ ଏବଂ ବିଷ୍ଣୁପ୍ରିୟା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ୩ମାସରୁ ୬ମାସ ମଧ୍ୟରେ ଏହି ପ୍ରସିକ୍ଷଣ ଶେଷ ହେବ ବୋଲି ସୂଚନା ମିଳିଛି। ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ କେନ୍ଦ୍ରରେ ଯଥାକ୍ରମେ ୩ମାସ ପର୍ଯ୍ୟନ୍ତ କମ୍ପ୍ୟୁଟର ଏବଂ ରିଟେଲର(ଛୋଟ ଛୋଟ ବ୍ୟବସାୟ କୌଶଳ ଓ ବଜାର ବିକ୍ରୀ) ସମ୍ପର୍କରେ ପ୍ରଶିକ୍ଷଣ ମାଗଣାରେ ପ୍ରଦାନ କରାଯିବ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories