www.samajalive.in
Wednesday, December 10, 2025
18.1 C
Bhubaneswar

ବାୟୁସେନା ମୁଖ୍ୟଙ୍କ ସତର୍କ ସୂଚନା: ପାଇଲଟ୍‍ଙ୍କୁ କବଳିତ କରୁଛି ସାମାଜିକ ଗଣମାଧ୍ୟମ

ବେଙ୍ଗାଲୁରୁ : ଯୁବପିଢ଼ିଙ୍କୁ କବଳିତ କରିଥିବା ସାମାଜିକ ଗଣମାଧ୍ୟମ ଏବେ ବାୟୁସେନାର ପାଇଲଟମାନଙ୍କୁ କରାୟତ୍ତ କରିବାରେ ଲାଗିଛି। ସାମାଜିକ ଗଣମାଧ୍ୟମ ଉପରେ ମାତ୍ରାଧିକ ନିର୍ଭର କରିବା ତଥା ଏହାକୁ ନେଇ ଏକପ୍ରକାର ନିଶାଗ୍ରସ୍ତ ହେବା ଦ୍ୱାରା ବାୟୁସେନା ପାଇଲଟ ନିଦ୍ରାହୀନତାର ଶିକାର ହେଉଛନ୍ତି ଏବଂ ସେମାନଙ୍କ ଦକ୍ଷତା ପ୍ରଭାବିତ ହେଉଛି। ବିଶେଷକରି ସେମାନଙ୍କ ଆନ୍ତର୍ନିହିତ ସାମର୍ଥ୍ୟ ତଥା ଯୋଗାଯୋଗ କ୍ଷମତା ମଧ୍ୟ କମିଯାଉଛି। ଭାରତୀୟ ବାୟୁସେନା (ଆଇଏଏଫ୍‍) ମୁଖ୍ୟ ବି. ଏସ୍‍ ଧାନୋଆ ଶୁକ୍ରବାର ଇଣ୍ଡିଆନ୍‍ ସୋସାଇଟି ଫର ଏରୋସ୍ପେସ୍‍ ମେଡିସିନ୍‍ର ୫୭ତମ ବାର୍ଷିକ ସମ୍ମିଳନୀରେ ଉଦ୍‍ବୋଧନ ଦେଇ ଏହା ପ୍ରକାଶ କରିଛନ୍ତି। ଏଥିସହ ଯେଉଁ ପାଇଲଟମାନେ ଉଡାଣ ପୂର୍ବରୁ ଯଥେଷ୍ଟ ସମୟ ଶୋଇ ନ ଥିବେ ସେମାନଙ୍କୁ ଚିହ୍ନଟ କରିବା ଲାଗି ଏକ ବ୍ୟବସ୍ଥା ବିକଶିତ କରିବା ନିମନ୍ତେ ସେ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଏରୋସ୍ପେସ୍‍ ମେଡିସିନ୍‍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ତାପମାତ୍ରା ୪୦ ଡିଗ୍ରୀ ଥିବାବେଳେ ପୂର୍ବାହ୍ଣ ପ୍ରାୟ ୬ଟାରେ ଉଡାଣ କରିବାକୁ ପଡିଥାଏ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବା ପାଇଲଟ ଯଥେଷ୍ଟ ଶୋଇ ନ ଥିବାରୁ ସମସ୍ୟା ଉପୁଜୁଛି। ଏଥିଯୋଗୁ ଅତୀତରେ ଦୁର୍ଘଟଣା ଘଟିଥିବା ସେ ପ୍ରକାଶ କରିଛନ୍ତି। ୨୦୧୩ରେ ରାଜସ୍ଥାନର ଉତ୍ତରଲାଇ ବିମାନଘାଟିରେ ଏହି କାରଣରୁ ଏକ ବିମାନ ଦୁର୍ଘଟଣା ଘଟିଥିବା ସେ ଦର୍ଶାଇଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories