www.samajalive.in
Monday, December 8, 2025
27.1 C
Bhubaneswar

ବାଘମାରୀରେ ଜବରଦଖଲ ଉଚ୍ଛେଦ 

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ମୌଜାର ଗୌଡ଼ସାହିରେ ଜନୈକ ମହିଳା ଜବରଦଖଲ କରି ଲୋକମାନଙ୍କୁ ଅସୁବିଧାରେ ପକାଉଥିଲେ ।ଲୋକମାନେ ଅସୁବିଧାରେ ପଡି ବାରମ୍ବାର ଅଭିଯୋଗ କରିବା ପରେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଜବରଦଖଲ କାରୀଙ୍କୁ ସମ୍ପୃକ୍ତ ସ୍ଥାନରୁ ଉଚ୍ଛେଦ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ସୁପାରିଶ କରିଥିଲେ ।ଉପଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଆଜି ବେଗୁନିଆ ତହସିଲଦାର ,ଅତିରିକ୍ତ ତହସିଲଦାର ସନାତନ ଆଚାର୍ୟ୍ୟ ,ଖୋର୍ଦ୍ଧା ଏସ ଡି ପି ଓ ସୁଶୀଲ ମିଶ୍ର ,ବାଘମାରୀ ଥାନା ଏସ ଆଇ ବ୍ରହ୍ମ।ନନ୍ଦ ସ୍ୱାଇଁ ଏବଂ ପୁଲିସ ସୁରକ୍ଷା ମଧ୍ୟରେ ଜବରଦଖଲକାରୀଙ୍କୁ ସମ୍ପୃକ୍ତ ସ୍ଥାନରୁ ଉଚ୍ଛେଦ କରାଯାଇଛି । ଜବରଦଖଲକାରୀ ଭୂମିହୀନ ହିସାବରେ ୪୦ଡ଼ିସିମିଲ ଜାଗା ପାଇଥିବାବେଳେ ସେଠାରେ ଥିବା ପ୍ରାୟ ୧୦୦ ଡ଼ିସିମିଲ ଜାଗାକୁ ଧୀରେ ଧୀରେ ଅକ୍ତିଆର କରି ଘର କରି ରହିଥିଲେ ।ଏପରିକି ଜବରଦଖଲ କରି ଲୋକମାନଙ୍କୁ ଅସୁବିଧାରେ ପକାଉଥିବାବେଳେ ବର୍ଷା ପାଣି ନିଷ୍କାସନ ପାଇଁ ଥିବା ଏକ ନଳା ଉପରେ ଘର କରିବା ଯୋଗୁ ପାଣି ଗୁଡିକ ବାହାରକୁ ନଯାଇ ରାସ୍ତା ଉପରେ ଜମି ରହୁଥିଲା ।ଫଳରେ ଲୋକମାନେ ଯାତାୟାତ କ୍ଷେତ୍ରରେ ବହୁ ଅସୁବିଧାରେ ପଡି ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ।ତହସିଲଦାର ସମସ୍ତ ଘଟଣାକୁ ଉପଲବ୍ଧି କରିବା ପରେ ଆଇନ ଅନୁଯାୟୀ ଆଜି ପୁଲିସ ସୁରକ୍ଷା ମଧ୍ୟରେ ଜବରଦଖଲକାରୀଙ୍କୁ ସମ୍ପୃକ୍ତ ସ୍ଥାନରୁ ଉଚ୍ଛେଦ କରିଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories