ରାଜଧାନୀରେ ୫ ଦିନ ବନ୍ଦ ଧର୍ମାନୁଷ୍ଠାନ

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜି ରାଜଧାନୀରେ କଟକଣା ଲାଗୁ କରାଯାଇଛି। ବିଏମସି ଅଧୀନରେ ଥିବା ସମସ୍ତ ଧର୍ମାନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଆସନ୍ତାକାଲି ଠାରୁ ଜାନୁଆରୀ ୨ ତାରିଖ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ ରହିବ। ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Comments are closed.