www.samajalive.in
Monday, December 8, 2025
20.1 C
Bhubaneswar

ଏପରି ପ୍ରସ୍ତୁତ କରନ୍ତୁ ଖାଦ୍ୟ ; ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ଉପକାରୀ

ଖାଦ୍ୟ ଏବଂ ଏହାକୁ ରାନ୍ଧିବା ପ୍ରଣାଳୀ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ। ଖାଦ୍ୟ ପ୍ରସ୍ତୁତି ପାଇଁ କେଉଁ ସ୍ଥାନରେ ସୋରିଷ ,ନଡିଆ, ବାଦାମ ଓ ଅନ୍ୟାନ୍ୟ ତେଲର ମଧ୍ୟ ବ୍ୟବହାର ହୋଇଥାଏ। କିଛି ସ୍ଥାନରେ ଲୋକେ ଅଧିକ ଭାଜି ହୋଇଥିବା ଖାଦ୍ୟ ପସନ୍ଦ କରିଥାଆନ୍ତି। କେତେକ ସ୍ଥାନରେ ବାମ୍ଫରେ ପ୍ରସ୍ତୁତ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିଥାଆନ୍ତି। ତେବେ ଜାଣନ୍ତୁ କିଭଳି ଭାବେ ଖାଦ୍ୟ ପ୍ରସ୍ତୁତ କରିବା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ।
ଭାରତରେ ଅଧିକାଂଶ ସ୍ଥାନରେ ଖାଦ୍ୟରେ ବିଭିନ୍ନ ପ୍ରକାର ମସଲା, ଛୁଙ୍କ ସହ ଅଧିକ ତାପମାତ୍ରାରେ ପ୍ରସ୍ତୁତ କରାଯାଏ।
ମାତ୍ର ପାଣିରେ ଭଲ ଭାବେ ସିଝାଇ କିମ୍ବା ବାମ୍ଫରେ ଖାଦ୍ୟ ପ୍ରସ୍ତୁତ କରିବା ମଧ୍ୟ ରୋଷେଇ ଘରର ଏକ ପାରମ୍ପରିକ ଭାବେ ପ୍ରସ୍ତୁତ କରାଯାଉଥିବା ପ୍ରଣାଳୀ।
ବାମ୍ଫରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ପ୍ରାୟତଃ ଅଧିକ ମସଲା ଏବଂ ଅଧିକ ତାପମାତ୍ରା ବ୍ୟବହାର କରାଯାଏ ନାହିଁ । ତଥାପି ମଧ୍ୟ ଏହାର ଥିବା ବିଶେଷତ୍ୱ କାରଣରୁ ମୋମୋ, ଇଟିଲି ଭଳି ବହୁ ଖାଦ୍ୟକୁ ଲୋକେ ପସନ୍ଦ କରିଥାଆନ୍ତି। ଏଥିରେ ଚଟଣି , ସସ୍‍ ଆଦି ଲୋକେ ଖାଇବାକୁ ବ୍ୟବହାର କରିଥାଆନ୍ତି। ବାମ୍ଫରେ ପ୍ରସ୍ତୁତ କରାଯାଇଥିବା ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ବିଷେଶଜ୍ଞଙ୍କ ମତ। ଜାଣନ୍ତୁ….
ବାମ୍ଫରେ ପ୍ରସ୍ତୁତ କରାଯାଇଥିବା ଖାଦ୍ୟର ଏକ ବିଶେଷତ୍ୱ ହେଉଛି ଏଥିରେ ତେଲ ଓ ମସଲାର ବ୍ୟବହାର କମ୍‍। ସାଧାରଣତଃ ଏପରି ପ୍ରସ୍ତୁତ ହେଉଥିବା ଖାଦ୍ୟ ମଧ୍ୟ ବିଭିନ୍ନ ପ୍ରକାର। ମୋମୋରେ ମଧ୍ୟ ମସଲା ଓ ପୁର ଖୁବ କମ ପରିମାଣରେ ଦିଆଯାଏ। ବାମ୍ଫରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଏହି କାରଣରୁ ଖୁବ ହାଲକା। ବାମ୍ଫରେ ପ୍ରସ୍ତୁତ କାରଣରୁ ପନିପରିବା, ଆଦି ବିଭିନ୍ନ ଖାଦ୍ୟ ଜିନିଷ ଭଲ ଭାବେ ନରମ ହୋଇଯାଏ। ଫଳରେ ଏହା ଖୁବ ସହଜରେ ହଜମ ହୋଇଥାଏ। ଖାଦ୍ୟ ଅଧିକ ନରମ ହେବା ଦ୍ୱାରା ହଜମ ହେବାକୁ ମଧ୍ୟ ଖୁବ କମ ସମୟ ଲାଗିଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଭଲ ଭାବେ ଶରୀରକୁ ମିଳିଥାଏ। ବାମ୍ଫରେ ପ୍ରସ୍ତୁତ ହେଉଥିବା କମ୍ ତେଲ-ଘିଅ, ମସଲାରେ ପ୍ରସ୍ତୁତ ଖାଦ୍ୟ ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି, ହୃଦୟ ଜନିତ ସମସ୍ୟା, ରକ୍ତରେ ଶର୍କରା ସ୍ତର ବୃଦ୍ଧି ଭଳି ଆଶଙ୍କାକୁ କମ କରିଥାଏ। ଓଜନ ମଧ୍ୟ ବୃଦ୍ଧି ହୋଇନଥାଏ। ରୋଗ ହେବାର ସମ୍ଭାବନା କମ ରହିଥାଏ। ଅଧିକ ସୁସ୍ଥ ମଧ୍ୟ ରହିଥାଆନ୍ତି।
ସିଝା ଯାଇଥିବା ପନିପରିବା
ଆଜିକାଲି ସମସ୍ତେ ଓଜନ ସନ୍ତୁଳିତ ରଖିବା ଏବଂ ଫିଟ୍ ରହିବା ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । ଅଧିକାଂଶ ଲୋକ ଓଜନ ହ୍ରାସ ପାଇଁ କିମ୍ବା ସ୍ୱାସ୍ଥ୍ୟ ଅନୁଯାୟୀ ଅଧିକ ପନିପରିବା କିମ୍ବା ସାଲାଡ ଖାଇବାକୁ ଚେଷ୍ଟା କରନ୍ତି । ଏହା ଏକ ଭଲ ଅଭ୍ୟାସ । କିନ୍ତୁ କଞ୍ଚା ପନିପରିବା କିମ୍ବା ସାଲାଡ ବେଳେବେଳେ ପେଟ ପାଇଁ କ୍ଷତିକାରକ ହୋଇପାରେ । ତେଣୁ ତାହାକୁ ଅଳ୍ପ ସିଝାଇ ଖାଇବା ହିତକାରକ। ଯଦି ଆପଣ ଚାହାଁନ୍ତି, ଆପଣ ଏହି ପନିପରିବା କିମ୍ବା ସାଲାଡରେ ଲେମ୍ବୁ, ଗୋଲମରିଚ ଗୁଣ୍ଡ, ଆଦି ମଧ୍ୟ ବ୍ୟବହାର କରି ଖାଇପାରିବେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories