www.samajalive.in
Monday, December 8, 2025
27.1 C
Bhubaneswar

କାଇଁଚପୁର ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କଲେ ବିଧାୟକ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତରେ କାର୍ଯ୍ୟକ୍ଷମ ହୋଇଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ଉଦଘାଟନ କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଗଞ୍ଜାମ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ ଯୋଗ ଦେଇଥିଲେ । ଉଦଘାଟନ ହୋଇଥିବା ବିଭିନ୍ନ ପ୍ରକଳ୍ପ ମଧ୍ୟରେ କାଇଁଚପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ନୂତନ ପଞ୍ଚାୟତ ଗୃହ,ନୂତନ ପଞ୍ଚାୟତ ସଭାଗୃହ,ଆମ ଗାଁ ଆମ ବିକାଶ ଆନୁକୂଲ୍ୟରେ ବିଜୁ ପଞ୍ଚାୟତ ପାଠାଗାର, ଓ ସୂଚନାକେନ୍ଦ୍ର ପ୍ରମୁଖ । ଏହି ଅବସରରେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଏପରି ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ନେଇ କୃତଜ୍ଞତା ଜଣାଇବା ସହ ଶ୍ରେଷ୍ଠ ସରପଞ୍ଚ ଭାବେ କୃତିତ୍ୱ ଅର୍ଜନ କରିଥିବା ସ୍ଥାନୀୟ ସରପଞ୍ଚ ସନ୍ତୋଷ ରେଡି ଙ୍କୁ ଉଚ୍ଚ ପ୍ରସଂଶା କରିଥିଲେ।
ସରପଞ୍ଚ ଜେ ସନ୍ତୋଷ ରେଡିଙ୍କ ତତ୍ଵାବଧାନରେ  ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଗଞ୍ଜାମ ବ୍ଲକ ର ବିଭିନ୍ନ ପଞ୍ଚାୟତ ଜନ ପ୍ରତିନିଧି,ବି ଜେ ଡ଼ି ନେତୃବୃନ୍ଦ,ପୂର୍ବତନ ଜନ ପ୍ରତିନିଧି ,ସ୍ଥାନୀୟ ଅଞ୍ଚଳର ମହିଳା ନେତୃବୃନ୍ଦ ଓ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଉତରିୟ ଦେଇ ସମ୍ମାନିତ କରାଯାଇଥିଲା। ସମିତିସଭ୍ୟ ସୁରଥ ପାହାନଙ୍କ ପୌରହିତରେ ଆୟୋଜିତ ସଭାରେ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା କୈବର୍ତ୍ତ ମହାସଂଘ ସଭାପତି ସନାତନ ବେହେରା,ପୂର୍ବତନ ,ସରପଞ୍ଚ ଗୋବିନ୍ଦ ରେଡି,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଭାଗିରଥି ରେଡି,ସମିତିସଭ୍ୟ କୈଳାସ ଚନ୍ଦ୍ର ସ୍ବାଇଁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ,ବିଶ୍ଵନାଥ ବେହେରା,ବି.ବନମାଳି,କୃଷ୍ଣ ଚନ୍ଦ୍ର ପଲାଇ,ଅନ୍ତର୍ଯ୍ୟାମୀ ବେହେରା,ସରପଞ୍ଚ ଚନ୍ଦ୍ର ମୋହନ ସାହୁ, ମାସେନୁ ରେଡି, ପ୍ରମୁଖ ଙ୍କ ସହ ଗ୍ରାମ୍ ର ବହୁ ବ୍ୟକ୍ତି ଉପସ୍ଥିତ ରହିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories