www.samajalive.in
Monday, December 8, 2025
24.1 C
Bhubaneswar

ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ !

ନୂଆଦିଲ୍ଳୀ : ଦିଲ୍ଲୀରେ କରୋନାର ନୂଆ ପ୍ରକରଣ ଓମିକ୍ରନ ସ୍ଥିତି ଚିନ୍ତାର କାରଣ ପାଲଟିଛି। ଧିରେ ଧିରେ ଦିଳ୍ଲୀ ଓ ମୁମ୍ବଇରେ ଓମିକ୍ରନ ଆକ୍ରାନ୍ତ ବୃଦ୍ଧି ପାଉଛନ୍ତି। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନଙ୍କ ସୂଚନାନୁଯାୟୀ, ରାଜଧାନୀ ଦିଲ୍ଲୀରେ କରୋନାର ଏହି ଓମିକ୍ରନ ପ୍ରକରଣର ଗୋଷ୍ଠୀ ସଂକ୍ରମଣ ହୋଇସାରିଥିବା ନେଇ ଅନୁମାନ କରାଯାଉଛି। ମନ୍ତ୍ରୀଙ୍କ କହିବାନୁଯାୟୀ, ଯାତ୍ରା ଇତିହାସ (ଟ୍ରାଭେଲ ହିଷ୍ଟ୍ରି) ନଥିବା ବ୍ୟକ୍ତି ମଧ୍ୟ ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତକାଲି ୯୨୩ କରୋନା ଆକ୍ରାନ୍ତ ସାମ୍ନାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୬ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି। ୨୦୦ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୫ ଅନ୍ୟଦେଶର। ସେମାନଙ୍କୁ ଚିକିିତ୍ସିତ ଅବସ୍ଥାରେ ରଖାଯାଇଛି। ବର୍ତ୍ତମାନ ଓମିକ୍ରନର ବୃଦ୍ଧି ପାଉଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଥିବା ବେଳେ ପରିସ୍ଥିତିକୁ ନଜରରେ ରଖି ଆଗକୁ ଲାଗୁ ହେବାକୁ ଥିବା କଟକଣା ନେଇ ଡିଡିଏମଏ ବୈଠକରେ ନିଷ୍ପତ୍ତି ନିଆଯିବ।

 

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories